କନକ ବ୍ୟୁରୋ: ୨୦୨୫ରୁ ୨୦୩୬ର ପ୍ଲାନ୍। ଶିଳ୍ପ ଭଳି ଟେକ୍ସଟାଇଲ୍ ହବ୍ ହେବ ଓଡ଼ିଶା । ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଯାହା ଦ୍ୱାରା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବେନି ଓଡ଼ିଆ । ଦେଖନ୍ତୁ କ’ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ମୋହନ ସରକାର ।
ଶିଳ୍ପ କରିଡର୍ ପରେ ଓଡ଼ିଶା ପାଲଟିବ ଟେକ୍ସଟାଇଲ୍ ହବ୍। ଆଉ ତାମିଲନାଡ଼ୁ, ଗୁଜରାଟ କିମ୍ବା ମୁମ୍ୱାଇ ଯିବେନି ଓଡ଼ିଆ ଶ୍ରମିକ। ଓଡ଼ିଶାରେ ହିଁ ସେମାନଙ୍କୁ କାମ ମିଳିବ। ଆଗକୁ ଟେକ୍ସଟାଇଲ୍ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି। ୫୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶା ଟେକ୍ସ ସମ୍ମିଳନୀ-୨୦୨୫ ଅବସରରେ ଅନେକ ଉଦ୍ୟୋଗୀଙ୍କୁ ନିବେଶ ପାଇଁ ଆହ୍ୱାନ କରିଛନ୍ତି।
୭ ହଜାର ୮୦୭ କୋଟି ଟଙ୍କାର ୩୩ଟି ବୁଝାମଣାପତ୍ର ସ୍ୱାକ୍ଷର
ଟେକ୍ସଟାଇଲ୍ ଶିଳ୍ପରେ ପ୍ରାୟ ୫୩ ହଜାର ନିଯୁକ୍ତି ସୃଷ୍ଟି ହେବ
ଆଗକୁ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ
ପ୍ରତିବର୍ଷ ଆୟୋଜନ ହେବ ‘ଓଡ଼ିଶା ଟେକ୍ସ’ କାର୍ଯ୍ୟକ୍ରମ
ବୁଣାକାର ଭତ୍ତା ୧୦୦୦ ଟଙ୍କାକୁ ବୃଦ୍ଧି
ପୁରୁଷଙ୍କ ପାଇଁ ୬ ହଜାର ଓ ମହିଳାଙ୍କ ପାଇଁ ୭ ହଜାରକୁ ବୃଦ୍ଧି
ଏହି ଅବସରରେ ସରକାରୀ ଅଧିକାରୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ
ସପ୍ତାହରେ ଗୋଟିଏ ଦିନ ପିନ୍ଧନ୍ତୁ ଓଡ଼ିଆ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ
ଜୀବନ କାଳ ଭିତରେ ଥରେ ହାତବୁଣା ବସ୍ତ୍ର ଘରକୁ କିଣି ନିଅନ୍ତୁ
ରାଜ୍ୟରେ ୬ଟି ଟେକ୍ସଟାଇଲ୍ ପାର୍କର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ୱଲପୁର, କଟକ ଓ ଗଞ୍ଜାମ ଜିଲ୍ଲାରେ ହେବ ଟେକ୍ସଟାଇଲ୍ ପାର୍କ ।