୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡିଶା ; ପୁଲିସ ମହାନିର୍ଦ୍ଦେଶକଙ୍କ ଦୃଢୋକ୍ତି

ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓମୁକ୍ତ ରାଜ୍ୟ ହେବ ଓଡ଼ିଶା । ମାଲକାନଗିରିରେ ସ୍ଥିତି ସମୀକ୍ଷା ପରେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଦୃଢୋକ୍ତି । ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ଡିଜିପିଙ୍କ ସୂଚନା । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଏସଏଫ ଯବାନଙ୍କ ବଢାଇଲେ ମନୋବଳ ।

6rrrrrrrrrrr

କନକ ବ୍ୟୁରୋ: ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓମୁକ୍ତ ରାଜ୍ୟ ହେବ ଓଡ଼ିଶା । ମାଲକାନଗିରିରେ ସ୍ଥିତି ସମୀକ୍ଷା ପରେ ଏହା ହେଉଛି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଦୃଢୋକ୍ତି । ଏନେଇ ସ୍ୱତନ୍ତ୍ର  ରଣନୀତି ପ୍ରସ୍ତୁତ କରାଯାଉଥିବା ଡିଜିପି ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟା ମାଲକାନଗିରି ଜିଲ୍ଲା ଗସ୍ତ କରି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । 

ଖୁରାନିଆ ପ୍ରଥମେ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଆଞ୍ଚଳର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ସେଠାରେ  ଯବାନମାନଙ୍କ ସହ ମାଓ ଦମନକୁ ନେଇ ଆଲୋଚନା କରି ସେମାନଙ୍କ ମନୋବଳ ବଢାଇଥିଲେ । ଏଥିସହ ବିଏସଏଫ ଅଧିକାରୀଙ୍କ ସହିତ ମାଓ ସମସ୍ୟା ନେଇ ଆଲୋଚନା କରିଥିଲେ ।  ପରେ ଏମଭି ୩ ସ୍ଥିତ ବିଏସଏଫ କ୍ୟାମ୍ପରେ ପହଞ୍ଚି ବିଏସଏଫ ଓ ଅନ୍ୟ ଅଧିକାରୀଙ୍କ ସହ ମାଓଦମନ ରଣନୀତି ନେଇ ଆଲୋଚନା କରିଥିଲେ । 

କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ ୨୦୨୬ ସୁଦ୍ଧା ରାଜ୍ୟକୁ କିପରି ସମ୍ପୂର୍ଣ୍ଣ ମାଓ ମୁକ୍ତ କରାଯିବ ସେନେଇ ଆଗକୁ ରଣନୀତି ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଛନ୍ତି । ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା, ଏବେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବେଇଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି।  ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରୁ ମାଓବାଦୀ ନିପାତ ହେବା ସହିତ ବେଆଇନ ଗଞ୍ଜେଇ ଚାଷକୁ ରୋକାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe