ଖେଲୋ ଇଣ୍ଡିଆ ସଫ୍ଟ ଟେନିସ୍‌ ପାଇଁ ୯ ଜଣିଆ ଓଡ଼ିଶା ଦଳ

Advertisment

ସଫ୍ଟ ଟେନିସ୍‌ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ବୁଧବାର ବିଜୟୱାଡ଼ା ଗସ୍ତ କରିଛି । ଓଡ଼ିଶା ଖେଳାଳିଙ୍କୁ ରାଜ୍ୟ ସଫ୍ଟ ଟେନିସ ସଂଘର ସାଧାରଣ ସଂପାଦକ ଏମ୍‌ଡି ଆଜମଲଲ୍ ଶୁଭକାମନା ଜଣାଇଛନ୍ତି ।

ସଫ୍ଟ ଟେନିସ୍‌ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ବୁଧବାର ବିଜୟୱାଡ଼ା ଗସ୍ତ କରିଛି । ଓଡ଼ିଶା ଖେଳାଳିଙ୍କୁ ରାଜ୍ୟ ସଫ୍ଟ ଟେନିସ ସଂଘର ସାଧାରଣ ସଂପାଦକ ଏମ୍‌ଡି ଆଜମଲଲ୍ ଶୁଭକାମନା ଜଣାଇଛନ୍ତି ।

Soft Tennis

କନକ ବ୍ୟୁରୋ: ଚଳିତମାସ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଆୟୋଜିତ ହେବାକୁ ଥିବା ଦକ୍ଷିଣାଞ୍ଚଳ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା  ସଫ୍ଟ ଟେନିସ୍‌ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ବୁଧବାର ସେଠାକୁ ଗସ୍ତ କରିଛି । ଓଡ଼ିଶା ଖେଳାଳିଙ୍କୁ ରାଜ୍ୟ ସଫ୍ଟ ଟେନିସ ସଂଘର ସାଧାରଣ ସଂପାଦକ ଏମ୍‌ଡି ଆଜମଲଲ୍ ଶୁଭକାମନା ଜଣାଇଛନ୍ତି । ରାଜ୍ୟ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅର୍ଚ୍ଚନା ମହାପାତ୍ର, ପ୍ରତୀକ୍ଷା ସିହ୍ନା, ଲୋପା ଲିପସୋସିଂ ଜାନି, ଆସିକା ଆଦିଶ୍ରୀ, ସୁଶ୍ରୀ ଶ୍ରଦ୍ଧାଞ୍ଜଳି ମାର୍ଥା, ତନୁଷ୍କା ନାୟକ, ମନସ୍ବିନୀ ହରିଚନ୍ଦନ । ଏମ୍‌ଡି ଆଜମ (ପ୍ରଶିକ୍ଷକ), ଆରତୀ ପଣ୍ଡା (ପରିଚାଳିକା) ।

ଏହା ବି ପଢ଼ନ୍ତୁ: ଆଇସିସି ମାନ୍ୟତା : ଦିନିକିଆରେ ବିରାଟ କୋହଲି ନଂ୧, ଭାରତ ନଂ୧ ଦଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe