କନକ ବ୍ୟୁରୋ: ଚଳିତମାସ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଆୟୋଜିତ ହେବାକୁ ଥିବା ଦକ୍ଷିଣାଞ୍ଚଳ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା  ସଫ୍ଟ ଟେନିସ୍‌ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ବୁଧବାର ସେଠାକୁ ଗସ୍ତ କରିଛି । ଓଡ଼ିଶା ଖେଳାଳିଙ୍କୁ ରାଜ୍ୟ ସଫ୍ଟ ଟେନିସ ସଂଘର ସାଧାରଣ ସଂପାଦକ ଏମ୍‌ଡି ଆଜମଲଲ୍ ଶୁଭକାମନା ଜଣାଇଛନ୍ତି । ରାଜ୍ୟ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅର୍ଚ୍ଚନା ମହାପାତ୍ର, ପ୍ରତୀକ୍ଷା ସିହ୍ନା, ଲୋପା ଲିପସୋସିଂ ଜାନି, ଆସିକା ଆଦିଶ୍ରୀ, ସୁଶ୍ରୀ ଶ୍ରଦ୍ଧାଞ୍ଜଳି ମାର୍ଥା, ତନୁଷ୍କା ନାୟକ, ମନସ୍ବିନୀ ହରିଚନ୍ଦନ । ଏମ୍‌ଡି ଆଜମ (ପ୍ରଶିକ୍ଷକ), ଆରତୀ ପଣ୍ଡା (ପରିଚାଳିକା) ।

Advertisment

ଏହା ବି ପଢ଼ନ୍ତୁ: ଆଇସିସି ମାନ୍ୟତା : ଦିନିକିଆରେ ବିରାଟ କୋହଲି ନଂ୧, ଭାରତ ନଂ୧ ଦଳ