ସର୍ବଭାରତୀୟ ବେସାମରିକ ସେବା କ୍ରିକେଟ୍‌ ଲାଗି ଓଡ଼ିଶା ଦଳର ଦିଲ୍ଲୀ ଯାତ୍ରା

Advertisment

ସର୍ବଭାରତୀୟ ବେସାମରିକ ସେବା କ୍ରିକେଟ୍‌ ପ୍ରତିଯୋଗିତରେ ଅଂଶଗ୍ରହଣ କରିବା ନିମନ୍ତେ ଓଡ଼ିଶା ଦଳ ନୂଆଦିଲ୍ଲୀ ଯାତ୍ରା କରିଛି । ଏହି ଦଳରେ ମୋଟ ୧୯ ଜଣ ସଦସ୍ୟ ଅଛନ୍ତି । 

ସର୍ବଭାରତୀୟ ବେସାମରିକ ସେବା କ୍ରିକେଟ୍‌ ପ୍ରତିଯୋଗିତରେ ଅଂଶଗ୍ରହଣ କରିବା ନିମନ୍ତେ ଓଡ଼ିଶା ଦଳ ନୂଆଦିଲ୍ଲୀ ଯାତ୍ରା କରିଛି । ଏହି ଦଳରେ ମୋଟ ୧୯ ଜଣ ସଦସ୍ୟ ଅଛନ୍ତି । 

besamarica

କନକ ବ୍ୟୁରୋ: ସର୍ବଭାରତୀୟ ବେସାମରିକ ସେବା କ୍ରିକେଟ୍‌ ପ୍ରତିଯୋଗିତରେ ଅଂଶଗ୍ରହଣ କରିବା ନିମନ୍ତେ ଓଡ଼ିଶା ଦଳ ନୂଆଦିଲ୍ଲୀ ଯାତ୍ରା କରିଛି । ଏହି ଦଳରେ ମୋଟ ୧୯ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଅବିନାଶ ଖଣ୍ଡୁଆଳ, ମଳୟ ରଂଜନ ପଟ୍ଟନାୟକ, ସୌମରଂଜନ ସାମଲ, ବ୍ରହ୍ମାନନ୍ଦ ସାହୁ, ସ୍ବରାଜ ଦେହୁରୀ, ଆଲୋକ ମହାରମା, ଦେବେଶ ସିଂହ, ଅନୁରାଗ କୁମାର ପୁଷ୍ଟି, ମନୋଜ ମହାନ୍ତି, ମୋଜାକିର ଅଲ୍ଲି ଖାଁ, ସୁଭାଶିଷ ଜେନା, ଶିବାଶିଷ ପଟ୍ଟନାୟକ, ରୋଷନ ପ୍ରସାନ, ରିତେଶ ପାଣ୍ଡେ, ଗୋବିନ୍ଦ ଚନ୍ଦ୍ର ସେଠୀ ଓ ମନୋରଂଜନ ଦାଶ । ସଂଜୀବ କୁମାର ମିଶ୍ର ପ୍ରବନ୍ଧକ ଭାବେ ତଥା କେ.ରାମାରାଓ ବୋଲିଂ ଓ ଗିରିଶ କୁମାର ଡିଗଲ ବ୍ୟାଟିଂ ପ୍ରଶିକ୍ଷକଭାବେ ଦଳ ସହିତ ଯାତ୍ରା କରିଛନ୍ତି । ଦଳର ସଫଳତା ପାଇଁ ଓଡ଼ିଶା ସଚିବାଳୟ କ୍ରିକେଟ୍‌ ସଂଘର କାର୍ଯ୍ୟକାରୀ ସଭାପତି ଶଶାଙ୍କ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ନୃସିଂହ ଚରଣ ପୃଷ୍ଠି, କାର୍ଯ୍ୟନିର୍ବାହୀ ସଦସ୍ୟ ସ୍ୱର୍ଣ୍ଣେନ୍ଦୁ ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି । 

ଏହା ବି ପଢ଼ନ୍ତୁ; ଚର୍ଚ୍ଚାରେ ଆକ୍ରାମ୍‌-ରୋହିତଙ୍କ ଆଲିଙ୍ଗନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe