କନକ ବ୍ୟୁରୋ : ରାଜସ୍ଥାନ କୋଟାରେ ନିଟ୍ କୋଚିଂ ନେଉଥିବା ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ସଂପୃକ୍ତ ଛାତ୍ର ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଭୟପୁରର ରୋଶନ କୁମାର ପାତ୍ର । ସେ ମାତ୍ର ୪ ମାସ ତଳେ କୋଚିଂ ନେବାକୁ ରାଜସ୍ଥାନର କୋଟା ଯାଇଥିଲେ । ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ସହ କୋଟାରେ ଗୋଟିଏ ରୁମରେ ରହୁଥିଲେ । ରାତିରେ ଉଭୟ ଖାଦ୍ୟ ଖାଇଥିଲେ ଏବଂ ସକାଳେ ମଧ୍ୟ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏହାପରେ ସମ୍ପର୍କୀୟ ଭାଇ କୋଚିଂ ପାଇଁ ଚାଲିଯାଇଥିଲେ । ରୁମରେ ପହଞ୍ଚିଲା ବେଳକୁ ଭିତରୁ କବାଟ ବନ୍ଦ ଥିଲା ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା ଏବଂ ବେଡ ଉପରେ ସେ ଅଚେତ ଅବସ୍ଥାରେ ପଡିଥିଲେ । ହଷ୍ଟେଲରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ ରୋଶନଙ୍କ ପରିବାର ଲୋକ ଆଜି ସକାଳେ ବିମାନ ଯୋଗେ ଯାଇ କୋଟାରେ ପହଞ୍ଚିବେ । ଏହାପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ରୋଶନଙ୍କ ବାପା ରାଧେଶ୍ୟାମ ପାତ୍ର କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏକମାତ୍ର ପୁଅର ପାଠପଢ଼ା ପାଇଁ ଘର ଓ ସୁନା ଅଳଙ୍କାର ବିକିଥିଲେ ବାପା ମାଆ । ବିଭିନ୍ନ ଜିନିଷପତ୍ର ବିକ୍ରି କରିଦେବା ସହ ସଞ୍ଚୟ ଟଙ୍କା ବି ପୁଅର ପାଠପଢ଼ାରେ ଖର୍ଚ୍ଚ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/26/mysterious-death-2025-10-26-07-56-55.jpg)