କାହିଁକି ନିଜ ଦେହରେ ନିଆଁ ଲଗାଇଲେ ଛାତ୍ରୀ? ସାମ୍ନାକୁ ଆସିଲା ପୂରା କାହାଣୀ

Advertisment

ଛାତ୍ରୀ ଜଣଙ୍କ କାହିଁକି ନେଲେ ଚରମ ପଦକ୍ଷେପ? କାହିଁକି ବାଛିଲେ ଆତ୍ମାହୁତିର ବାଟ? ଏମିତି ଥିଲା ପୂରା ଘଟଣାକ୍ରମ...

ଛାତ୍ରୀ ଜଣଙ୍କ କାହିଁକି ନେଲେ ଚରମ ପଦକ୍ଷେପ? କାହିଁକି ବାଛିଲେ ଆତ୍ମାହୁତିର ବାଟ? ଏମିତି ଥିଲା ପୂରା ଘଟଣାକ୍ରମ...

Odisha Student Self-Immolation Over Harassment Sparks Outcry

Odisha Student Self-Immolation Over Harassment Sparks Outcry Photograph: (KANAK NEWS)

କନକ ବ୍ୟୁରୋ: ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। କଲେଜ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଛାତ୍ରୀ। ତେବେ ନ୍ୟାୟ ପାଇଁ ଲଢ଼େଇର ବାଟ ବାଛିଥିବା ଛାତ୍ରୀ କାହିଁକି ଆତ୍ମାହୁତିର ବାଟକୁ ବାଛିନେଲେ?

  • ଅଭିଯୋଗ ସତ୍ତ୍ୱେ ହେଲାନି କାର୍ଯ୍ୟାନୁଷ୍ଠାନ
  • ଅସହାୟ ହୋଇ ଜଳିଗଲେ ଛାତ୍ରୀ 

ତେବେ ଛାତ୍ରୀ ଜଣଙ୍କ କାହିଁକି ନେଲେ ଚରମ ପଦକ୍ଷେପ? କାହିଁକି ବାଛିଲେ ଆତ୍ମାହୁତିର ବାଟ? ଏମିତି ଥିଲା ପୂରା ଘଟଣାକ୍ରମ...

  • ପ୍ରାୟ ୬ ମାସ ତଳେ ଛାତ୍ରୀଙ୍କ ସହ ଖରାପ ସମ୍ପର୍କ ରଖିବାକୁ ଚାହିଥିଲେ ଅଧ୍ୟାପକ 
  • ଛାତ୍ରୀ ରାଜି ନହେବାରୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ
  • ଜୁଲାଇ ୧ ତାରିଖରେ କଲେଜ ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ କରିଥିଲେ ଛାତ୍ରୀ
  • ଲେଖିଥିଲେ, ଏଚଓଡି, ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁ ମାନସିକ ନିର୍ଯାତନା ଦେଉଛନ୍ତି
  • ସମସ୍ତଙ୍କ ସମ୍ମୁଖରେ ଅପମାନିତ କରୁଛନ୍ତି, ବ୍ୟାକ୍ ଲଗାଇ ଦେବାକୁ ଧମକ ଦେଉଛନ୍ତି
  • ମୋ ବ୍ୟକ୍ତିଗତ କଥାକୁ ମୋ ଘରକୁ ଜଣାଉଛନ୍ତି
  • ଅଧ୍ୟାପକଙ୍କ କଥାରେ ରାଜି ନହେବାରୁ ଦୁର୍ବ୍ୟବହାର କରି ଚାଲିଛନ୍ତି
  • ଏଥିରେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି
  • ତେଣୁ ଘଟଣାର ତଦନ୍ତ କରି ନ୍ୟାୟ ନଦେଲେ ମୁଁ ଆତ୍ମହତ୍ୟା କରିବି
  • ଏସବୁ ପାଇଁ ଏଚଓଡି, ସମୀର ସାର ଓ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ

ତେବେ ଶନିବାର ଅଧ୍ୟକ୍ଷ ଡାକି ଛାତ୍ରୀଙ୍କୁ କହିଥିଲେ ଭୁଲ ତମର। ଏଥିରେ ହତାଶ ହୋଇ ଛାତ୍ରୀ କ୍ୟାମ୍ପସ ପରିସରରେ ନିଜକୁ ଜାଳି ଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe