କନକ ବ୍ୟୁରୋ: ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। କଲେଜ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଛାତ୍ରୀ। ତେବେ ନ୍ୟାୟ ପାଇଁ ଲଢ଼େଇର ବାଟ ବାଛିଥିବା ଛାତ୍ରୀ କାହିଁକି ଆତ୍ମାହୁତିର ବାଟକୁ ବାଛିନେଲେ?
- ଅଭିଯୋଗ ସତ୍ତ୍ୱେ ହେଲାନି କାର୍ଯ୍ୟାନୁଷ୍ଠାନ
- ଅସହାୟ ହୋଇ ଜଳିଗଲେ ଛାତ୍ରୀ
ତେବେ ଛାତ୍ରୀ ଜଣଙ୍କ କାହିଁକି ନେଲେ ଚରମ ପଦକ୍ଷେପ? କାହିଁକି ବାଛିଲେ ଆତ୍ମାହୁତିର ବାଟ? ଏମିତି ଥିଲା ପୂରା ଘଟଣାକ୍ରମ...
- ପ୍ରାୟ ୬ ମାସ ତଳେ ଛାତ୍ରୀଙ୍କ ସହ ଖରାପ ସମ୍ପର୍କ ରଖିବାକୁ ଚାହିଥିଲେ ଅଧ୍ୟାପକ
- ଛାତ୍ରୀ ରାଜି ନହେବାରୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ
- ଜୁଲାଇ ୧ ତାରିଖରେ କଲେଜ ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ କରିଥିଲେ ଛାତ୍ରୀ
- ଲେଖିଥିଲେ, ଏଚଓଡି, ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁ ମାନସିକ ନିର୍ଯାତନା ଦେଉଛନ୍ତି
- ସମସ୍ତଙ୍କ ସମ୍ମୁଖରେ ଅପମାନିତ କରୁଛନ୍ତି, ବ୍ୟାକ୍ ଲଗାଇ ଦେବାକୁ ଧମକ ଦେଉଛନ୍ତି
- ମୋ ବ୍ୟକ୍ତିଗତ କଥାକୁ ମୋ ଘରକୁ ଜଣାଉଛନ୍ତି
- ଅଧ୍ୟାପକଙ୍କ କଥାରେ ରାଜି ନହେବାରୁ ଦୁର୍ବ୍ୟବହାର କରି ଚାଲିଛନ୍ତି
- ଏଥିରେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି
- ତେଣୁ ଘଟଣାର ତଦନ୍ତ କରି ନ୍ୟାୟ ନଦେଲେ ମୁଁ ଆତ୍ମହତ୍ୟା କରିବି
- ଏସବୁ ପାଇଁ ଏଚଓଡି, ସମୀର ସାର ଓ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ
ତେବେ ଶନିବାର ଅଧ୍ୟକ୍ଷ ଡାକି ଛାତ୍ରୀଙ୍କୁ କହିଥିଲେ ଭୁଲ ତମର। ଏଥିରେ ହତାଶ ହୋଇ ଛାତ୍ରୀ କ୍ୟାମ୍ପସ ପରିସରରେ ନିଜକୁ ଜାଳି ଦେଇଥିଲେ ।