ଅପପୁଷ୍ଟିର ଅପବାଦରୁ ଏବେ ବି ମୁକୁଳୁନି ଓଡ଼ିଶା । ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ଥିତି ସାଂଘାତିକ

Advertisment

ଯୋଜନାର ପରିଧି ବଢ଼ୁଛି, ଅନୁଦାନ ପରିମାଣ ବି ବଢ଼ିଛି। କିନ୍ତୁ କମିପାରିନି ରାଜ୍ୟରେ ଅପପୁଷ୍ଟିର ଅପବାଦ। ଉପାନ୍ତରୁ ଉପକୂଳ, ସବୁଠି ଚିନ୍ତାଜନକ ସ୍ଥିତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ତଥ୍ୟ ଦେଖିଲେ ମୁଣ୍ଡ ଘୂରିଯାଉଛି। ରାଜ୍ୟରେ ଏବେ ବି ୧୩ ହଜାର ୭୩୬ ଶିଶୁ ଅପପୁଷ୍ଟିର ଶିକାର।

ଯୋଜନାର ପରିଧି ବଢ଼ୁଛି, ଅନୁଦାନ ପରିମାଣ ବି ବଢ଼ିଛି। କିନ୍ତୁ କମିପାରିନି ରାଜ୍ୟରେ ଅପପୁଷ୍ଟିର ଅପବାଦ। ଉପାନ୍ତରୁ ଉପକୂଳ, ସବୁଠି ଚିନ୍ତାଜନକ ସ୍ଥିତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ତଥ୍ୟ ଦେଖିଲେ ମୁଣ୍ଡ ଘୂରିଯାଉଛି। ରାଜ୍ୟରେ ଏବେ ବି ୧୩ ହଜାର ୭୩୬ ଶିଶୁ ଅପପୁଷ୍ଟିର ଶିକାର।

ଅପପୁଷ୍ଟି ଅପବାଦ, ମୁକୁଳିନି ଓଡ଼ିଶା

ଅପପୁଷ୍ଟି ଅପବାଦ, ମୁକୁଳିନି ଓଡ଼ିଶା Photograph: (KanakNews )

କନକ ବ୍ୟୁରୋ: ଯୋଜନାର ପରିଧି ବଢ଼ୁଛି, ଅନୁଦାନ ପରିମାଣ ବି ବଢ଼ିଛି । କିନ୍ତୁ କମିପାରିନି ରାଜ୍ୟରେ ଅପପୁଷ୍ଟିର ଅପବାଦ । ଉପାନ୍ତରୁ ଉପକୂଳ, ସବୁଠି ଚିନ୍ତାଜନକ ସ୍ଥିତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗର ତଥ୍ୟ ଦେଖିଲେ ମୁଣ୍ଡ ଘୂରିଯାଉଛି । ରାଜ୍ୟରେ ଏବେ ବି ୧୩ ହଜାର ୭୩୬ ଶିଶୁ ଅପପୁଷ୍ଟିର ଶିକାର । ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୂରଭଞ୍ଜରେ ସର୍ବାଧିକ ୧୬୬୨ ଶିଶୁଙ୍କୁ ଗ୍ରାସ କରିଛି ଅପପୁଷ୍ଟି । ତା ପଛକୁ ନବରଙ୍ଗପୁରରେ ୧୦୧୭ ଶିଶୁ ଅପପୁଷ୍ଟି କବଳରେ । ତୃତୀୟରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର । ଏଠାରେ ୯୦୧ ଶିଶୁ ଅପପୁଷ୍ଟିରେ ବନ୍ଧା ପଡ଼ିଛନ୍ତି । ଏମିତିକି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲାରେ ୬୪୧ ଶିଶୁ ଅପପୁଷ୍ଟିର ଶିକାର । ନବୀନଙ୍କ ଜିଲ୍ଲା ଗଞ୍ଜାମ ଗଲା ୪ବର୍ଷର ରେକର୍ଡକୁ କାଟି ୬୪୧ରେ ପହଞ୍ଚିଛି ।

ରାଜ୍ୟରେ ଗତ ୫ବର୍ଷରେ ୯୫,୪୪୩ ଶିଶୁ ଅପପୁଷ୍ଟିରେ ଆକ୍ରାନ୍ତ । ଅପପୁଷ୍ଟିକୁ ନିୟନ୍ତ୍ରଣ ଲାଗି ପରିପୂରକ ପୁଷ୍ଟି ଯୋଜନାରେ ୬ ମାସରୁ ୬ବର୍ଷର ଶିଶୁଙ୍କୁ ବର୍ଷକୁ ୩୦୦ ଦିନ ଲାଗି ପୁଷ୍ଟିକର ଖାଦ୍ୟ ଦିଆଯାଉଛି । ୩ ବର୍ଷରୁ ୬ବର୍ଷର ଶିଶୁଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ଜଳଖିଆ ସହ ଗରମ ରନ୍ଧାଖାଦ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଅପପୁଷ୍ଟିରେ ଶିକାର ୬ମାସରୁ ୫ବର୍ଷର ଶିଶୁଙ୍କୁ ଛତୁଆ, ଅଣ୍ଡା ଦିଆଯାଉଛି । ତା’ ପରେ ବି ସ୍ଥିତି ସୁଧୁରୁନି । ୨୦୨୩-୨୪ବର୍ଷରେ ୧୩,୭୩୬ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ଯାଜପୁର, ନୂଆପଡ଼ାରେ ସ୍ଥିତି ସୁଧୁରିଛି । କିନ୍ତୁ ଉପାନ୍ତରେ ଚିତ୍ର ଆହୁରି ଭୟଙ୍କର । ୫୦୦ରୁ ଅଧିକ ଶିଶୁ ଆକ୍ରାନ୍ତ ହୋଇଥିବା ଜିଲ୍ଲା ସଂଖ୍ୟା ୧୨ରେ ପହଞ୍ଚିଲାଣି । ଗରିବ କଲ୍ୟାଣ ଲାଗି ଅନେକ ଯୋଜନା ଲାଗୁ ପରେ ବି ସ୍ଥିତିରେ ସୁଧାର ନ ଆସିବା ସରକାରୀ ଯୋଜନାର ବାସ୍ତବତା ନେଇ ପ୍ରଶ୍ନଚିହ୍ନ ଲଗେଇଛି ।

ସଂଖ୍ୟା କମୁଛି କହି ଖସି ଯାଉଛନ୍ତି ସରକାର । ହେଲେ ଆଜି ବି ଅଳିଆ ଗଦାରୁ ଆହାର ଖୁଣ୍ଟି ଗରିବ ଭୋକ ମାରିବାକୁ ଚେଷ୍ଟା କରୁଛି । ବିକାଶର ହିସାବ କରୁଥିବା ନେତା, ଏସି ଚାମ୍ବରରୁ ହଲୁ ନଥିବା ଅଧିକାରୀ ଏହାକୁ ନିଜ ବିଫଳତା ବୋଲି ନ କହିଲା ଯାଏଁ ସ୍ଥିତି ସୁଧୁରିବା ଆପାତତଃ ଅସମ୍ଭବ ବୋଲି କୁହାଯାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe