କନକ ବ୍ୟୁରୋ: ଫେବ୍ରୁଆରି ୬ରୁ ରାଜକୋଟରେ ଆରମ୍ଭ ହେବାକୁ ଥିବା ବିସିସିଆ ଘରୋଇ ମହିଳା ଦିନିକଆ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ସୋମବାର ଘୋଷିତ ହୋଇଛି । ଅଲ୍‌ରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ନେତୃତ୍ବ ଭାର ମିଳିଥିଲା ବେଳେ ତନ୍ମୟୀ ବେହେରା ଉପଅଧିନାୟିକା ରହିଛନ୍ତି । ଏହି ୧୮ ଜଣିଆ ଦଳରେ ଅଫ୍‌ ସ୍ପିନର ନିବେଦିତା ଜନ୍‌ ନାଏକ ରହିଥିଲେ ମଧ୍ୟ ତାଙ୍କ ଫିଟ୍‌ନେସ୍‌ ଠିକ୍‌ ରହିଲେ ରାଜକୋଟ ଗସ୍ତ କରିବେ। ଓଡ଼ିଶା ଦଳ ଏଲିଟ୍‌-ଏ’ ଗ୍ରୁପ୍‌ରେ ମଧ୍ୟପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ପଣ୍ଡିଚେରୀ, ବରୋଦା ଓ ମହାରାଷ୍ଟ୍ର ସହ ରହିଛି । ଫେବ୍ରୁଆରି ୫ରେ ମଧ୍ୟପ୍ରଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଓଡ଼ିଶା । ଏହା ପରେ ୮ରେ ଆସାମ, ୧୦ରେ ଉତ୍ତରପ୍ରଦେଶ, ୧୨ରେ କର୍ଣ୍ଣାଟକ, ୧୪ରେ ପଣ୍ଡିଚେରୀ, ୧୬ରେ ବରୋଦା ଏବଂ ୧୮ରେ ମହାରାଷ୍ଟ୍ର ବିପକ୍ଷରେ ଖେଳି ଲିଗ୍‌ ପର୍ଯ୍ୟାୟ ଶେ‌ଷ କରିବ ।

Advertisment

ଅଧିକ ପଢ଼ନ୍ତୁ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରି ଯାଇପାରେ ପାକିସ୍ତାନ

ଓଡ଼ିଶା ଦଳ: ସୁଶ୍ରୀ ଦିବ୍ୟଦିର୍ଶିନୀ (ଅଧିନାୟିକା), ତନ୍ମୟୀ ବେହେରା (ଉପଅଧିନାୟିକା), ଅଞ୍ଜଳି ସିଂହ, ଇନ୍ଦ୍ରାଣୀ ଛତ୍ରିୟା, ଜ୍ୟୋତି କୁମାରୀ ପ୍ରସାଦ, ମାଧୁରୀ ମେହେଟା, ମୋନାଲିସା ରାଉତ, ରାମେଶ୍ବରୀ ନାଏକ, ରାଣୀ ଟୁଡ଼ୁ, ରଶ୍ମିତା ଚିନାରା (ୱିକେଟ୍‌କିପର), ରିମାଲକ୍ଷ୍ମୀ ଏକ୍କା, ଏସ୍‌ବି ଲରେନ୍ସ, ସଙ୍ଗୀତା ଖାଡ଼ିଆ, ସରିତା ମେହେର, ଶିଳ୍ପା ସ୍ବାଇଁ, ଶୁଭ୍ରା ନିର୍ଝରିଣୀ ସ୍ବାଇଁ, ତରନ୍ନା ପ୍ରଧାନ, ନିବେଦିତା ଜନ୍‌ ନାଏକ ।