ପ୍ୟାରିସ୍‌ରେ ପଦକ ଜିତିବାକୁ ଆଶାବାଦୀ ପଣ୍ଡା ଭଉଣୀ, ସରକାରୀ ସହାୟତା ଲୋଡ଼ିଲେ

Advertisment

ପ୍ୟାରିସ୍‌ଠାରେ ଚଳିତ ମାସରେ ଆୟୋଜିତ ହେବାକୁ ଯାଉଥିବା ବିଡବ୍‌ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଖେଳିବାକୁ ଆମନ୍ତ୍ରିତ ହୋଇଛନ୍ତି ଦୁଇ ଓଡ଼ିଆ ଝିଅ । ଭାରତ ପାଇଁ ପଦକ ଜିତିବାକୁ ଆଶାବାଦୀ ଅଛନ୍ତି ରାଜ୍ୟର ସଫଳତମ ମହିଳା ବ୍ୟାଡ୍‌ମିଣ୍ଟନ୍ ଯୋଡ଼ି ତଥା ଦୁଇ ଭଉଣୀ ଋତାପର୍ଣ୍ଣା ଓ  ଶ୍ୱେତାପର୍ଣ୍ଣା ପଣ୍ଡା ।

ପ୍ୟାରିସ୍‌ଠାରେ ଚଳିତ ମାସରେ ଆୟୋଜିତ ହେବାକୁ ଯାଉଥିବା ବିଡବ୍‌ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଖେଳିବାକୁ ଆମନ୍ତ୍ରିତ ହୋଇଛନ୍ତି ଦୁଇ ଓଡ଼ିଆ ଝିଅ । ଭାରତ ପାଇଁ ପଦକ ଜିତିବାକୁ ଆଶାବାଦୀ ଅଛନ୍ତି ରାଜ୍ୟର ସଫଳତମ ମହିଳା ବ୍ୟାଡ୍‌ମିଣ୍ଟନ୍ ଯୋଡ଼ି ତଥା ଦୁଇ ଭଉଣୀ ଋତାପର୍ଣ୍ଣା ଓ  ଶ୍ୱେତାପର୍ଣ୍ଣା ପଣ୍ଡା ।

badminton

କନକ ବ୍ୟୁରୋ: ‘‘ପ୍ରଥମ ଥର ବିଶ୍ୱ ଚାମ୍ପିଅନସିପ୍ ଖେଳିବାକୁ ଯାଉଥିବାରୁ ବେଶ୍ ଉତ୍ସାହିତ ଅଛୁ । ଭାରତରୁ ମନୋନୀତ ହୋଇଥିବା ମାତ୍ର ଦୁଇଟି ମହିଳା ଯୁଗଳ ଯୋଡ଼ି ମଧ୍ୟରେ ଥିବାରୁ ଗର୍ବ ବି ଲାଗୁଛି । ତେବେ ଏହା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ହୋଇଥିବାରୁ ଆରମ୍ଭରୁ ଆମ ଅଭିଯାନ ଆହ୍ୱାନଭରା‌ ହେବ ବୋଲି ଆଶା କରୁଛୁ । ତଥାପି ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ପଦକ ଜିତିବାକୁ ନିଶ୍ଚିତ ଭାବେ ଆପ୍ରାଣ ଉଦ୍ୟମ କରିବୁ । ଉଭୟ ଉଭୟଙ୍କ ଶକ୍ତି ଓ ସାମର୍ଥ୍ୟକୁ ବୁଝି ଉତ୍ତମ ବୁଝାମଣା ଓ ସମନ୍ବୟର ସହ ଖେଳିଲେ ଏହି ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ନୁହେଁ ବୋଲି ଭାବୁଛୁ’’ । ଫ୍ରାନ୍ସର ପ୍ୟାରିସ୍‌ଠାରେ ଚଳିତ ଅଗଷ୍ଟ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଖେଳିବାକୁ ଆମନ୍ତ୍ରିତ ହୋଇଥିବା ରାଜ୍ୟର ସଫଳତମ ମହିଳା ବ୍ୟାଡ୍‌ମିଣ୍ଟନ୍ ଯୋଡ଼ି ତଥା ଦୁଇ ଭଉଣୀ ଋତାପର୍ଣ୍ଣା ଓ  ଶ୍ୱେତାପର୍ଣ୍ଣା ପଣ୍ଡା ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି

କିଟ୍ ବିଶ୍ୱବିଦ୍ୟାଳୟରେ ପାଠପଢ଼ୁଥିବା ଋତାପର୍ଣ୍ଣା ଓ ଶ୍ୱେତାପର୍ଣ୍ଣା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ତଥା ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଏହି ବିଶ୍ୱବିଦ୍ୟାଳୟ ତଥା ରାଜ୍ୟ ସରକାର ଦେଇ ଆସୁଥିବା ସମର୍ଥନ ଓ ସହଯୋଗ ଲାଗି କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ଏହି ସହାୟତା ଯଦି ଆଉ ଟିକିଏ ସମୟୋପଯୋଗୀ ହୋଇପାରନ୍ତା, ତାହେଲେ ସେମାନେ ଅଧିକ ଉପକୃତ ହୋଇପାରନ୍ତେ ବୋଲି ମତ ରଖିଛନ୍ତି । ସେହିଭଳି ରାଙ୍କିଙ୍ଗ୍‌  ଭିତରେ ବିଶ୍ୱ ଚାମ୍ପିଅନସିପ୍ ଖେଳିବାକୁ ଯାଉଥିବାରୁ ଏବଂ ଜାତୀୟ ପ୍ରଶିକ୍ଷଣ ଶିବିରରୁ ବଛା ହୋଇ ନଥିବାରୁ ଭାରତ ସରକାର ସେମାନଙ୍କ ଗସ୍ତ ଖର୍ଚ୍ଚ ବହନ କରିବାର ସମ୍ଭାବନା କମ୍ ରହିଛି । ସେଥିପାଇଁ ନିଜ ଖର୍ଚ୍ଚରେ ଦୁଇ ଜଣ ଯାକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି । ଏଣୁ ପ୍ୟାରିସ୍ ଯିବା ପାଇଁ ଉଭୟ ସହାୟତା ଲାଗି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି  

ଋତାପର୍ଣ୍ଣା ଓ ଶ୍ୱେତାପର୍ଣ୍ଣା ସଂପ୍ରତି ବିଶ୍ୱମାନ୍ୟତାର ୩୮ତମ ସ୍ଥାନରେ ରହିଛନ୍ତି । ସେମାନେ ମଧ୍ୟ ବିଶ୍ୱ ଚାମ୍ପିଅନସିପ୍ ଖେଳିବାରେ ଓଡ଼ିଶାର ପ୍ରଥମ ମହିଳା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ହେବାକୁ ଯାଉଛନ୍ତି । ଋତାପର୍ଣ୍ଣାଙ୍କଠାରୁ ସାନ ଭଉଣୀ ଶ୍ୱେତାପର୍ଣ୍ଣା ବ୍ୟାଡ୍‌ମିଣ୍ଟନ୍‌ର ଅନେକ କଳାକୌଶଳ ଶିଖିଛନ୍ତି ଶ୍ୱେତାପର୍ଣ୍ଣାଙ୍କ ଶାନ୍ତ ସ୍ୱଭାବ ଏବଂ ନିଜ ଉପରେ ଥିବା ନିୟନ୍ତ୍ରଣ ତାଙ୍କୁ କୋର୍ଟରେ ଆହୁରି ଭଲ କରିବାକୁ ଅନୁପ୍ରେରିତ କରିଥାଏ ବୋଲି ଋତାପର୍ଣ୍ଣା କହିଛନ୍ତି। ବିଶ୍ୱ ଚାମ୍ପିଅନସିପ୍‌ରେ ମଧ୍ୟ ଏହା ସେମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି ଉଭୟ ଏକ ସ୍ୱରରେ ମତ ରଖିଛନ୍ତି । ଓଡ଼ିଶା ବ୍ୟାଡମିଣ୍ଟନ୍‌କୁ ନେଇ ବେଶ୍ ଆଶାବାଦୀ ଥିବା ଏହି ଦୁଇ ଭଉଣୀ ଏସୀୟ ୧୫ ଓ ୧୭ବର୍ଷରୁ କମ୍ ବିଜୟିନୀଙ୍କୁ ରାଜ୍ୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ର ଭବିଷ୍ୟତ ଭାବେ ବର୍ଣ୍ଣନା କରିଛନ୍ତି । ସୂଚନାଯୋଗ୍ୟ ଯେ ଋତାପର୍ଣ୍ଣା ଓ ଶ୍ୱେତାପର୍ଣ୍ଣା ଗତ ୩ବର୍ଷରୁ ଅଧିକ ସମୟ ହେବ କଟକର କନ୍ଦରପୁର ନିକଟରେ ପିତା ରାମଚନ୍ଦ୍ର ପଣ୍ଡା ସ୍ଥାପନ କରିଥିବା ନିଜସ୍ୱ ବ୍ୟାଡ୍‌ମିଣ୍ଟନ୍ ଭିତ୍ତିଭୂମିରେ ଅଭ୍ୟାସ କରି ବିଶ୍ବର ଶ୍ରେଷ୍ଠ ୫୦ମହିଳା ଯୋଡ଼ି ମଧ୍ୟରେ ରହିବାର ଅନନ୍ୟ ସଫଳତା ଲାଭ କରିଛନ୍ତି । ସେମାନେ ମଧ୍ୟ ୨୦୨୨ ମସିହା ପରଠାରୁ ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ କାଂସ୍ୟ ସହ ୧୦ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe