କନକ ବ୍ୟୁରୋ : ସ୍ଥାନୀୟ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗ ର ୭୬ ଟି ମେଚ ଖେଳ ହୋଇଯାଇଅଛି ।
ଦ୍ଵିତୀୟ ଦିନ ର ଏହି ଆନ୍ତର୍ଜାତୀୟ ପ୍ରତିଯୋଗୀତା ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ଯୋଗ ଦେଇ ଖେଳାଳୀ,ଆୟୋଜକ, ଏବଂ ଦର୍ଶକ ମାନଙ୍କୁ ଶୁଭେଚ୍ଛା ବର୍ତକ୍ଷ ଦେଇଥିଲେ । ଏ ଅବସରରେ କଟକ ସଦର ମାନ୍ୟବର ବିଧାୟକ ପ୍ରକାଶ ସେଠି, କ୍ରୀଡା ନିର୍ଦେଶକ ଡ଼. ବିଜୟ ୟେଦୁଲ୍ଲା,କଟକ ଜିଲ୍ଲାପାଳ ଦତ୍ତକ୍ଷତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମ ଅଧ୍ୟକ୍ଷା କିରଣ ଦୀପ କୌର ସହଟା, ସିନେମା ଅଭିନେତା ଶ୍ରୀତମ ଦାସ, ପ୍ରତିଯୋଗୀତା ର ଡାଇରେକଟର ବେଣୁଗୋପାଳ ମହାଲିଙ୍ଗମ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ ।
ଦ୍ଵିତୀୟ ଦିନରେ ଖେଳାଯାଇ ଥିବା ମହିଳା ସିଙ୍ଗଲ ପୁରୁଷ ସିଙ୍ଗଲ ବିଭାଗ ରେ ଭାରତୀୟ ଖେଳାଳୀ ମାନେ ଉତ୍ତମ ପ୍ରଦର୍ଶନ ସହ ପ୍ରି କ୍ୱାର୍ଟର ପର୍ୟ୍ୟାୟରେ ପହଂଚିଛନ୍ତି ମହିଳା ବିଭାଗ ର ରାଉଣ୍ଡ ୩୨ ରେ ଟପସିଡ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା, ଯୁନାଇଟେଡ଼ ଆରବ ଏମିରେଟ୍ସ ର ପ୍ରକ୍ରିତି ଭାରତ ଙ୍କୁ ୨୧-୧୨,୨୧-୧୮ ରେ ପରାଜିତ କରି ପ୍ରି କ୍ଵାଟର ରେ ପହଂଚିଛନ୍ତି । ମହିଳା ପ୍ରିକ୍ୱାର୍ଟର ରେ ପହଞ୍ଚି ଥିବା ଅନ୍ୟ ଖେଳାଳୀ ମାନେ ହେଲେ ତୃତୀୟ ସିଡ ତନଭି ଶର୍ମା, ଷଷ୍ଠ ସିଡ ଅନମୋଲ ଖର୍ବ ଏବଂ ଅଣ ସିଡେଡ଼ ତାନ୍ୟା ହେମନ୍ଥ ।
ପୁରୁଷ ବିଭାଗ ସିଙ୍ଗଲ ରେ ମଧ୍ୟ ଟପ ସିଡ ଥରୁନ ମାନେପଲ୍ଲୀ ନିଜ ଦେଶ ଖେଳାଳୀ ମାନବ ଚୌଧୁରୀ ଙ୍କୁ ୨୧-୫,୨୧-୮ ର ସହଜ ବିଜୟ ସହ ପ୍ରି କ୍ୱାର୍ଟର ରେ ପହଂଚିଛନ୍ତି । ପ୍ରି କ୍ୱାର୍ଟର ପର୍ୟାୟ ରେ ପହଂଚି ସାରିଥିବା ଅନ୍ୟ ଖେଳାଳୀ ମାନେ ହେଲେ ଗତ ସିଜନ ର ସିଙ୍ଗଲ ଚାମ୍ପିୟନ ସତୀଶ କୁମାର, ଦ୍ଵିତୀୟ ସିଡ କିରଣ ଜର୍ଜ ଏବଂ ପ୍ରିୟାଂଶୁ ରାଜୱତ । ମିକ୍ସଡ଼ ଡବଲସ ବିଭାଗ ରେ ଅନୁଷ୍ଠିତ ରାଉଣ୍ଡ ୩୨ ମେଚ ରେ ଟପ ସିଡ ଇଣ୍ଡୋନେସିଆ ର ଏମ. ଫାଜା ଓ ଏ. ପ୍ରଣତା ଙ୍କ ଯୋଡି ମାଲେସିଆ ଯୋଡି ୱେଇ ୟୀ ହେର୍ନ ଓ ଭାନୀ ଗୋବି ଯୋଡିଙ୍କୁ ୨୧-୧୮,୨୧-୧୧ ର ଦୁଇଟି ଗେମରେ ପରାଜିତ କରି କ୍ୱାର୍ଟର ଫାଇନାଲ ରେ ପହଂଚିଛନ୍ତି । କ୍ୱାର୍ଟର ଫାଇନାଲ ପହଂଚି ଥିବା ଅନ୍ୟ ଯୋଡି ମାନେ ହେଲେ ଇଣ୍ଡୋନେସିଆ ଯୋଡି ବି. ପ୍ରସେତ୍ୱ ଓ ଏ. ମୁଂଗରଣ, ଭାରତୀୟ ଯୋଡି ଆର୍ୟ୍ୟନ ସପିଆ ଓ ଅଶ୍ୱିନୀ ପୋନ୍ନାପ୍ପା ଏବଂ ଡି. ଭେଲ ମୁରୁଗାନ ଓ ପି. ନଟରକ୍ଷଜନଙ୍କ ଯୋଡି ।
ଭାରତୀୟ ବ୍ୟାଡ଼ମିଣ୍ଟନ ସଙ୍ଘ ଓଡିଶା ସରକାର ଏବଂ ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଙ୍ଘ ର ମିଳିତ ସହଯୋଗ ରେ ଚାଲିଥିବା ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାର ସମାପନ ଆଗାମୀ ୧୪ ତାରିଖ ରେ ଅନୁଷ୍ଠିତ ହେବ ବୋଲି ପ୍ରତିଯୋଗିତା ଆୟୋଜନ କମିଟୀ ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/tennis-2025-12-10-23-28-28.jpg)