ସର୍ବଭାରତୀୟ ବେସାମରିକ ମହିଳା ହକି: ଓଡ଼ିଶା ବିଜେତା

Advertisment

ଶନିବାର ଫାଇନାଲ୍‌ରେ ଓଡ଼ିଶା ୫-୩ ଗୋଲ୍‌ରେ କେନ୍ଦ୍ରୀୟ ସଚିବାଳୟ ଦିଲ୍ଲୀକୁ ପରାସ୍ତ କରିଛି। ଦଳର ତାରକା ଖେଳାଳି ନେହା ଲାକ୍ରା ଚମତ୍କାର ପ୍ରଦର୍ଶନ କରି ଏକାକି ୪ ଗୋଲ୍‌ ଦେଇଥିଲେ । ଏହାସହ ଜାହ୍ନବୀ ପ୍ରଧାନ ୨୫ତମ ମିନିଟ୍‌ରେ ଗୋଟିଏ ଗୋଲ୍ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ । 

Womens Hockey

କନକ ବ୍ୟୁରୋ: ଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ ବେସାମାରିକ ସେବା ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ସଚିବାଳୟ ଦଳ ବିଜେତା ହୋଇଛି । ଶନିବାର ଫାଇନାଲ୍‌ରେ ଓଡ଼ିଶା ୫-୩ ଗୋଲ୍‌ରେ କେନ୍ଦ୍ରୀୟ ସଚିବାଳୟ ଦିଲ୍ଲୀକୁ ପରାସ୍ତ କରିଛି । ଦଳର ତାରକା ଖେଳାଳି ନେହା ଲାକ୍ରା (୨, ୧୦, ୩୮, ୪୬ ମିନିଟ୍‌) ଚମତ୍କାର ପ୍ରଦର୍ଶନ କରି ଏକାକି ୪ ଗୋଲ୍‌ ଦେଇଥିଲେ । ଏହାସହ ଜାହ୍ନବୀ ପ୍ରଧାନ ୨୫ତମ ମିନିଟ୍‌ରେ ଗୋଟିଏ ଗୋଲ୍ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ । ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନେହା ଲାକ୍ରାଙ୍କୁ ପ୍ରତିଯୋଗିତାର ସର୍ବାଧିକ ଗୋଲ୍ ସ୍କୋରର୍ ପୁରସ୍କାର ଦିଆଯାଇଥିଲା । ସେହିପରି ରୋଜିତା କୁଜୁରଙ୍କୁ ଶ୍ରେଷ୍ଠ ମିଡଫିଲ୍ଡର୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ବିଭାଗର ଉପନିର୍ଦେଶକ ଏସ୍‌. ସୁନୀଲ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । 

ଏହା ବି ପଢ଼ନ୍ତୁ: ୱାଙ୍ଖଡ଼େରେ ରହିବ ରବି ଶାସ୍ତ୍ରୀ ଷ୍ଟାଣ୍ଡ୍‌ 

Sport

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe