କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଓ ଫେରସ୍ତ ନିୟମାବଳୀ ୨୦୨୫କୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ଏଣିକି ସରକାରୀ ନିଯୁକ୍ତିରେ ଯୋଗ୍ୟ ଆଶୟୀ ପ୍ରାର୍ଥୀଙ୍କ ଆବେଦନକୁ ସୁନିଶ୍ଚିତ କରିବାକୁ ପରୀକ୍ଷା ପାଇଁ ଫି ଆଦାୟ କରାଯିବ । କେବଳ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମଙ୍କୁ ଛାଡ଼ି ଅନ୍ୟ ସମସ୍ତ ବର୍ଗର ଆବେଦନକାରୀ ପରୀକ୍ଷା ଦେବେ। ଯେଉଁ ଆବେଦନକାରୀ ପରୀକ୍ଷାରେ ସାମିଲ ହେବେ ତାଙ୍କୁ ସେ ଦାଖଲ କରିଥିବା ଫି ଫେରସ୍ତ କରାଯିବ ।
ନିଯୁକ୍ତି ପରୀକ୍ଷା ପାଇଁ ଫି’
ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଓ ଫେରସ୍ତ ନିୟମାବଳୀ ୨୦୨୫କୁ ମଞ୍ଜୁରୀ
ବିଭିନ୍ନ ସରକାରୀ ନିଯୁକ୍ତୀ ପରୀକ୍ଷା ଓ ଆବେଦନ ପାଇଁ ଦେୟ ପ୍ରଦାନ କରିବେ ଆବେଦନକାରୀ
ନିଯୁକ୍ତି ପ୍ରକ୍ରିୟାରେ ସାମିଲ ପରୀକ୍ଷାର୍ଥୀ ସମ୍ପୂର୍ଣ୍ଣ ଦେୟ ଫେରସ୍ତ ପାଇବେ
ଅନୁସୂଚିତ ଜାତି ଓ ଜନଜାତି ଏବଂ ଭିନ୍ନକ୍ଷମ ବର୍ଗଙ୍କୁ ଦେବାକୁ ପଡ଼ିବନି କୌଣସି ଦେୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/11/21-2025-09-11-10-32-37.jpg)