ସେପ୍ଟେମ୍ବର ୧୫ରୁ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ : ୬ଟି ଦଳକୁ ନେଇ ଖେଳାଯିବ ଲିଗ୍

ସେପ୍ଟେମ୍ବର ୧୫ରୁ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌। ଓଡ଼ିଶା କ୍ରିକେଟ୍ ସଂଘ  (ଓସିଏ) ଓ ଆରିଭା ସ୍ପୋର୍ଟସ୍ ମିଳିତ  ଆନୁକୂଲ୍ୟରେ ସେପ୍ଟେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବ ଓପିଟିଏଲ୍‌

03

Photograph: (KANAKNEWS)

କନକବ୍ୟୁରୋ : ସେପ୍ଟେମ୍ବର ୧୫ରୁ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌। ଓଡ଼ିଶା କ୍ରିକେଟ୍ ସଂଘ  (ଓସିଏ) ଓ ଆରିଭା ସ୍ପୋର୍ଟସ୍ ମିଳିତ  ଆନୁକୂଲ୍ୟରେ ସେପ୍ଟେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବ ଓପିଟିଏଲ୍‌ । କଟକ ବାରବାଟୀ ଷ୍ଟାଡିୟମ୍‌ରେ ୬ଟି ଦଳକୁ ନେଇ ଖେଳାଯିବ ଏହି ଲିଗ୍। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପେସର ବ୍ରେଟ୍ ଲି ଏବଂ ଭାରତର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି ଏହାର ବ୍ରାଣ୍ଡ ଆମ୍ବାସଡର ହେବେ। ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହି ଘୋଷଣା କରାଯାଇଛି । 

ସେହିପରି ବୈଠକରେ ଓସିଏ ନିର୍ବାଚନ ନେଇ ସୂଚନା ଦିଆଯାଇଛି। ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀରେ ଭାରତ-ଦକ୍ଷଣ ଆଫ୍ରିକା ମ୍ୟାଚ୍‌ ପରେ ଓସିଏ କର୍ମକର୍ତ୍ତା ନିର୍ବାଚନ କରାଯିବ ବୋଲି ବୈଠକରେ ଚୂଡ଼ାନ୍ତ ହୋଇଛି । ବୈଠକରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଜଗମ‌ୋହନ ପଟ୍ଟନାୟକ, ସଂପାଦକ ସଞ୍ଜୟ ବେହେରା, ଯୁଗ୍ମସଂପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ସଦସ୍ୟମାନେ ଯୋଗଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe