କନକ ବ୍ୟୁରୋ: ଆଜି ଆରମ୍ଭ ହେଉଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍ । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭୁବନେଶ୍ୱର ଟାଇଗର୍ସ ଓ କଟକ ପାନ୍ଥର୍ସ । ଏହି ମ୍ୟାଚ ସନ୍ଧ୍ୟା ୭ଟାରେ କଟକ ବାରବାଟୀ ଷ୍ଟାଡିୟମରେ ହେବ । ତେବେ ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ଟି-୨୦ ଲିଗ୍ ଆରମ୍ଭ ହେଉଥିବାରୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହି ମ୍ୟାଚକୁ ଲାଇଭ୍ ପ୍ରସାରଣ ମଧ୍ୟ କରାଯାଉଛି । ଯାହାକୁ ଦର୍ଶକ ଦେଖିପାରିବେ । ଫ୍ୟାନ୍ କ୍ଲବ ଆପରେ ଦର୍ଶକ ଏହି ମ୍ୟାଚକୁ ଲାଇଭରେ ଦେଖିପାରିବେ ।

Advertisment

ଓଡ଼ିଶା ପ୍ରୋ ଟି-୨୦ ଲିଗର ଏହା ପ୍ରଥମ ସଂସ୍କରଣ । ୬ଟି ଦଳକୁ ମେଇ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ପୁରୀ ଟାଇଟନ୍ସ, ରାଉରକେଲା ଷ୍ଟିଲର୍ସ, ସମ୍ୱଲପୁର ଓ୍ୱାରିୟର୍ସ, ଭୁବନେଶ୍ୱର ଟାଇଗର୍ସ, କଟକ ପାନ୍ଥର୍ସ, କେନ୍ଦୁଝର ମାଇନର୍ସ ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହି ଲିଗ୍ ରାଜ୍ୟରେ ଉଦୀୟମାନ ଖେଳାଳି ସୃଷ୍ଟି ହେବା ସହ ରଣଜୀ ଖେଳାଳି ଚୟନ ମଧ୍ୟ ସହଜ ହେବ । ସେହିପରି ରାଜ୍ୟର ଉଦୀୟମାନ ଖେଳାଳିଙ୍କ ପାଇଁ ଆଇପିଏଲ ବାଟୋ ଖୋଲିବ ବୋଲି କୁହାଯାଉଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶା ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ହେବ ।