କନକ ବ୍ୟୁରୋ: ଜାନୁଆରୀ ୮ ତାରିଖରୁ ଭୁବନେଶ୍ବରରେ ଏକାଠି ହେବେ ପ୍ରବାସୀ । ହଜାର ହଜାର ଅତିଥି ସାମିଲ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ବି ଆସିବେ । ଏଥିପାଇଁ ସଜେଇ ହେଲାଣି ଭୁବନେଶ୍ୱର । ସରକାର ବି ଆତିଥେୟତା ଦେବାରେ ଯେମିତି କୌଣସି ହେଳା ନହୁଏ ସେଥିପାଇଁ ଯତ୍ନବାନ ଅଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପଂଜିକରଣ କମୁଥିବାରୁ ରାଜ୍ୟ ସରକାରଙ୍କ ବଡ ଆୟୋଜନକୁ ଟାର୍ଗେଟ କରିଛି ବିଜେଡି ।

Advertisment

ସଜେଇ ହେଉଛି ଭୁବନେଶ୍ବର । ଆଉ ସପ୍ତାହକ ପରେ ରାଜଧାନୀରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ପ୍ରବାସୀ ଭାରତ ସମ୍ମିଳନୀ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ  ଚୂଡାନ୍ତ ପର୍ୟ୍ୟାୟରେ ପଂହଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜେ ସଂପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ।

- ୮ ଜାନୁଆରୀରୁ ୧୦ତାରିଖ ଯାଏଁ ଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ
- ବିଦେଶରୁ ଆସିବେ ୭ ହଜାର ଅତିଥି
- ବର୍ତ୍ତମାନ ସୁଦ୍ଧା ୨୭୪୮ ଅତିଥି ଅଂଶଗ୍ରହଣ ପାଇଁ ପଂଜିକରଣ କରିସାରିଲେଣି
- ମୁଖ୍ୟଅତିଥି ହେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ କାର୍ଲ କାଙ୍ଗାଲୁ
- ଚନ୍ଦକା ଗୋଡିବାରି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳପ କରିବେ ମୁଖ୍ୟଅତିଥି
- ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ପର୍ୟ୍ୟଟନ ମନ୍ତ୍ରୀ ବି ଆସିବେ
-'ପ୍ରବାସୀ ଭାରତୀୟ ଏକ୍ସପ୍ରେସ'ର ଉଦଘାଟନ କରିବେ ନରେନ୍ଦ୍ର ମୋଦି

୩ ଦିନିଆ ସମ୍ମିଳନୀ ସମୟରେ ବିଦେଶରୁ ଆସିଥିବା ଅତିଥି ଓଡିଶାର ସଂସ୍କୃତି ଓ ଐତିହ୍ୟକୁ ଦେଖିବେ । ସ୍ୱର୍ଣ୍ଣ ତ୍ରିଭୁଜର ୩୧ଟି ସ୍ଥାନ ଗସ୍ତ କରିବେ ଅତିଥି । ସେଥିପାଇଁ ସମସ୍ତ ସ୍ଥାନକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଉଛି । ପ୍ରବାସୀଙ୍କ ପାଇଁ ଭୁବନେଶ୍ବରରେ ଚାଲିବ ଡବଲ ଡେକର ବସ୍ ।

ସରକାର କହୁଛନ୍ତି  ପ୍ରବାସୀ ଭାରତୀୟ ସମ୍ମଳନୀରେ ୭ ହଜାର ଅତିଥି ଆସିବେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପଂଜୀକରଣ କରିଛନ୍ତି ମାତ୍ର ୨୭୪୮ ଜଣ ଅତିଥି । ପ୍ରବାସୀଙ୍କ ରହିବା ପାଇଁ ରାଜ୍ୟ ସରକାର ଆଗୁଆ ୩୭୦୦ ରୁମ ବୁକିଂ କରିଥିଲେ । ପଂଜିକରଣ ବଢୁନଥିବାରୁ   ମୋଟ ବୁକିଂ ହୋଇଥିବା ରୁମରୁ ୧୯୦୦ ରୁମକୁ ଖାଲି କରିଦେବାକୁ କୁହାଯାଇଛି । ତେବେ ପ୍ରବାସୀଙ୍କ ପଂଜିକରଣ କମଥିବାରୁ ସମ୍ମିଳନୀର ସଫଳତା ନେଇ ଆଶଙ୍କ ପ୍ରକାଶ କରିଛି ବିଜେଡି । 

ଆଉ ଦୁଇଦିନ ପରେ ପ୍ରବାସୀଙ୍କ ଭୁବନେଶ୍ବର ଆସିବା ଆରମ୍ଭ ହୋଇଯିବ । ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ସମ୍ମିଳନୀ ହେଉଥିବାରୁ ସରକାରଙ୍କ ପାଇଁ ଏହାର ଆୟୋଜନ ନିଶ୍ଚିତ ରୂପେ ଏକ ବଡ ଚ୍ୟାଲେଞ୍ଜ । ଆତିଥେୟତାରେ ଯେଭଳି କୌଣସି ଅବହେଳା ନ ହୁଏ ସେ ଉପରେ ଅଧିକ ଫୋକସ ଦେଇଛନ୍ତି । କାରଣ, ଏମାନେ ହିଁ ଓଡିଶାରେ ନିବେଶ କରିବେ ବୋଲି ଆଶା ରଖିଛନ୍ତି ସରକାର ।