ଭରତପୁର ଘଟଣାରେ ଓଡ଼ିଶା ହୁଲୁସ୍ତୁଲ; ରାଜନୀତିର ପାରା କମୁନି, ବିରୋଧ ତୀବ୍ର ହେଲାଣି

Advertisment

ଏବେ ରାଜନୀତିରେ ଭରତପୁର । ଏହି ଘଟଣାରେ ଆନ୍ଦୋଳନ କରିଛନ୍ତି ବିରୋଧୀ । ବିଜେଡି ରାଜଭବନ ଆଗରେ ବିକ୍ଷୋଭ କରିଥିବା ବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ଓ ଅଣ୍ଡା ଫୋପାଡ଼ି ପ୍ରତିବାଦ କରିଛି ।

ଏବେ ରାଜନୀତିରେ ଭରତପୁର । ଏହି ଘଟଣାରେ ଆନ୍ଦୋଳନ କରିଛନ୍ତି ବିରୋଧୀ । ବିଜେଡି ରାଜଭବନ ଆଗରେ ବିକ୍ଷୋଭ କରିଥିବା ବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ଓ ଅଣ୍ଡା ଫୋପାଡ଼ି ପ୍ରତିବାଦ କରିଛି ।

Protest

କନକ ବ୍ୟୁରୋ : ଭରତପୁର ଥାନା ଘଟଣାରେ ଏବେ ରାଜଧାନୀ ଭୁବନେଶ୍ୱର ଉଠୁଛି ପଡୁଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିରୋଧୀ । ସମସ୍ତଙ୍କର ଗୋଟିଏ ସ୍ୱର, ଦୋଷୀ ଦଣ୍ଡ ପାଉ ଓ ପୀଡ଼ିତାଙ୍କୁ ନ୍ୟାୟ ମିଳୁ । ୨ ପ୍ରମୁଖ ବିରୋଧୀ ବିଜେଡି ଓ କଂଗ୍ରେସ ରାଜଧାନୀରେ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ।

ବିଜେଡି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ କହିଛି, ବିଜେପି ସରକାରରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ । ଅନ୍ୟପଟେ କଂଗ୍ରେସ ନିଜର ପୁରୁଣା ଅନ୍ଦାଜରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ଓ ଅଣ୍ଡା ପକାଇ ପ୍ରତିବାଦ କରିଛି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ଅନ୍ୟପଟେ ବିଜେପି କହିଛି, ସୈତାନ ବେଦପାଠ କରୁଛି ବିରୋଧୀ । ଦୋଷୀକୁ ଛଡ଼ା ଯିବନି ।

ଭରତପୁର ଆଇଆଇସିଙ୍କ ନାଁରେ ପୂର୍ବରୁ ଅଭିଯୋଗ ଥିଲେ ମଧ୍ୟ ପୂର୍ବ ସରକାରରେ ଗେହ୍ଲାପୁଅ ସାଜିଥିଲେ ଦୀନବନ୍ଧୁ ମିଶ୍ର । ଲାଞ୍ଚ ମାଗିବାର ଭିଡ଼ିଓ ଭାଇରାଲ ହୋଇଥିଲେ ମଧ୍ୟ ବହିଷ୍କାର କରିବା ବଦଳରେ ଭରତପୁର ଭଳି ଆଦର୍ଶ ଥାନାକୁ ବଦଳି କରି ପୂର୍ବ ସରକାର ପୁରସ୍କାର ଦେଇଥିଲେ । ଆଦର୍ଶ ଥାନାରେ ସିସିଟିଭି କାହିଁକି ଲାଗିନଥିଲା ବୋଲି ପ୍ରଶ୍ନ କରଛନ୍ତି ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ । ଅନ୍ୟପଟେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପ୍ରତିବାଦ କରିବା ସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି କହିଛି ଆପ୍ ।

ରାଜ୍ୟ ସାରା ରାଜନୈତିକ ବିରୋଧ ଭିତରେ ଆଇଆଇସି ଦୀନବନ୍ଧୁଙ୍କୁ ଗିରଫ କରିବାକୁ ଚାପ ବଢୁଛି । ଅନ୍ୟପଟେ ଏହି ଘଟଣାରେ ୭ ରୋଡ ରୋମିଓଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe