ବଢିଲା ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ; ଆଉ ୨ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର

Advertisment

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ୟ୍ୟକାଳକୁ ସର୍ବନିମ୍ନ ୨ବର୍ଷ ଅର୍ଥାତ୍ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ୟ୍ୟକାଳକୁ ସର୍ବନିମ୍ନ ୨ବର୍ଷ ଅର୍ଥାତ୍ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।

Police DG YB Khurania

କନକ ବ୍ୟୁରୋ : ୧୯୯୦ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଡିଜି ୱାଇବି ଖୁରାନିଆ ସର୍ବନିମ୍ନ ୨ବର୍ଷ ପାଇଁ ରାଜ୍ୟ ପୁଲିସ ଡିଜି ପଦବୀରେ ରହିବେ । ୨୦୨୪ ଅଗଷ୍ଟ ୧୬ ତାରିଖରୁ ତାଙ୍କର ଏହି ୨ବର୍ଷିଆ କାର୍ୟ୍ୟକାଳ ଆରମ୍ଭ ହୋଇଛି । ଯାହାକି ୨୦୨୬ ଅଗଷ୍ଟ ୧୬ତାରିଖରେ ଶେଷ ହେବ ।

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ୟ୍ୟକାଳକୁ ସର୍ବନିମ୍ନ ୨ବର୍ଷ ଅର୍ଥାତ୍ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୧୯୭୭ ମସିହା ମେ’ ମାସର ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ପୁଲିସ ଡିଜି ଭାବେ ଶ୍ରୀ ଖୁରାନିଆ ଚଳିତବର୍ଷ ଅଗଷ୍ଟ ୧୬ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ବୟସରେ ସରକାର ଚାକିରିରୁ ଅବସର ନେଇଥାନ୍ତେ । ମାତ୍ର ପୁଲିସ ଡିଜି ପଦବୀରେ ତାଙ୍କୁ ସର୍ବନିମ୍ନ ୨ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବାରୁ ସେ ୨୦୨୬ ଅଗଷ୍ଟ ୧୬ତାରିଖ ପର୍ୟ୍ୟନ୍ତ କାର୍ୟ୍ୟ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe