କନକ ବ୍ୟୁରୋ : ୧୯୯୦ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଡିଜି ୱାଇବି ଖୁରାନିଆ ସର୍ବନିମ୍ନ ୨ବର୍ଷ ପାଇଁ ରାଜ୍ୟ ପୁଲିସ ଡିଜି ପଦବୀରେ ରହିବେ । ୨୦୨୪ ଅଗଷ୍ଟ ୧୬ ତାରିଖରୁ ତାଙ୍କର ଏହି ୨ବର୍ଷିଆ କାର୍ୟ୍ୟକାଳ ଆରମ୍ଭ ହୋଇଛି । ଯାହାକି ୨୦୨୬ ଅଗଷ୍ଟ ୧୬ତାରିଖରେ ଶେଷ ହେବ ।
ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ୟ୍ୟକାଳକୁ ସର୍ବନିମ୍ନ ୨ବର୍ଷ ଅର୍ଥାତ୍ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୧୯୭୭ ମସିହା ମେ’ ମାସର ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟ ପୁଲିସ ଡିଜି ଭାବେ ଶ୍ରୀ ଖୁରାନିଆ ଚଳିତବର୍ଷ ଅଗଷ୍ଟ ୧୬ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ବୟସରେ ସରକାର ଚାକିରିରୁ ଅବସର ନେଇଥାନ୍ତେ । ମାତ୍ର ପୁଲିସ ଡିଜି ପଦବୀରେ ତାଙ୍କୁ ସର୍ବନିମ୍ନ ୨ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବାରୁ ସେ ୨୦୨୬ ଅଗଷ୍ଟ ୧୬ତାରିଖ ପର୍ୟ୍ୟନ୍ତ କାର୍ୟ୍ୟ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/ScgFhNrEWWtXjES4HqUh.jpg)