ଆସିଲା +୨ ପରୀକ୍ଷା ତାରିଖ : ଫେବ୍ରୁଆରି ୧୫ରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା

+୨ ପଢୁଥିବା ପିଲାଙ୍କ ପାଇଁ ଆସିଲା ବଡ଼ ଖବର । ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ ।

plus two exam date announced

Photograph: (KANAK NEWS)

କନକ ବ୍ୟୁରୋ: +୨ ପଢୁଥିବା ପିଲାଙ୍କ ପାଇଁ ଆସିଲା ବଡ଼ ଖବର । ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ ୧୫ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ ।

ବିରାଟଙ୍କ ପୋଷ୍ଟରେ କଣ ରହିଛି ରାଜ୍? ଅବସର ନା ବିଶ୍ୱକପ ପାଇଁ ପ୍ରସ୍ତୁତି?

ଏହାସହିତ ଜାନୁଆରି ୨ ତାରିଖରୁ ୧୫ ତାରିଖ ଭିତରେ ହେବ ପ୍ରାକ୍ଟିକାଲ୍ ପରୀକ୍ଷା । ଏକ୍ସ- ରେଗୁଲାର ଫର୍ମ ଫିଲ୍ଅପ ଅକ୍ଟୋବର ୧୩ରୁ ନଭେମ୍ବର ୨୨ ତାରିଖ ଯାଏ ଚାଲିବ । ସେହିପରି ଆସନ୍ତା ଅକ୍ଟୋବର ୨୦ରୁ ନଭେମ୍ବର ୨୨ ଯାଏଁରେଗୁଲାର ପିଲାଙ୍କ ଫର୍ମ ଫିଲ୍ଅପ ଚାଲିବ । ଏହାବାଦ୍ ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ତେବେ ଏଥର ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା । ରେଜଲ୍ଟ ବାହାରିବା ପରେ ଏଥର ନୂଆକରି ପ୍ରୋଭିଜନାଲ୍ ସାର୍ଟିଫିକେଟକୁ ଡିଜିଟାଲ କରାଯିବ ବୋଲି ସୂଚନା ମିଳିଛି ।

ଭିଡିଓ ଦେଖନ୍ତୁ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe