କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ପୂର୍ବ ସରକାରକୁ ଘେରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ । ଗତ ସରକାରରେ ଆବାସ ବଣ୍ଟନରେ ପାତର ଅନ୍ତର ହେଉଥିଲା । ଲୋକଙ୍କ ନାଁ ପଞ୍ଜିକରଣ ହେଉଥିଲା କିନ୍ତୁ ଲୋକେ ଘର ପାଉନଥିଲେ ବୋଲି ମନ୍ତ୍ରୀ କହିଛନ୍ତି । ମୋହନ ମାଝୀଙ୍କ ସରକାର ନୂଆ ଯୋଜନା ଅନ୍ତୋଦୟ ଗୃହ ଯୋଜନା ଆଣିଛନ୍ତି । ସବୁ ଲୋକଙ୍କ ପକ୍କା ଘର ସ୍ୱପ୍ନ ପୂରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ପାଖାପାଖି ୬ ଲକ୍ଷ ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତାଛଡା ଯେଉଁମାନେ ରହିଯିବେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।
ଆବାସ ଯୋଜନାରେ ଦୁର୍ନୀତି । ପୂର୍ବ ସରକାରକୁ ଘେରିଲେ ପଞ୍ଚାୟତିରାଜ ମନ୍ତ୍ରୀ ।
ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ପୂର୍ବ ସରକାରକୁ ଘେରିଲେ ପଞ୍ଚାୟତିରାଜ ମନ୍ତ୍ରୀ । କହିଲେ, ଗତ ସରକାରରେ ଆବାସ ବଣ୍ଟନରେ ହେଉଥିଲା ପାତର ଅନ୍ତର । ପଞ୍ଜିକରଣ ହେଉଥିଲା କିନ୍ତୁ ଲୋକେ ପାଉନଥିଲେ ଘର ।
/kanak/media/media_files/2025/02/09/kstO8J4qJJ6Ds09ILjz9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)