କନକ ବ୍ୟୁରୋ : ସୀମା ଡେଉଁଛି ପଡ଼ିଶା ଧାନ । ନକଲି କାର୍ଡ କରି ଓଡ଼ିଶାରେ ଧାନ ବିକୁଛନ୍ତି ପଡ଼ୋଶୀ ରାଜ୍ୟର ଦଲାଲ । ଏପଟେ ବର୍ଷାରେ ଓଦା ହୋଇ ସଢୁଛି ଓଡ଼ିଶା ଧାନ । ବରଗଡ଼ ଜିଲ୍ଲାରୁ ଆସିଛି ଏଭଳି ଖବର । ବରଗଡ଼ର ଚାଷୀଙ୍କ ଧାନ ବର୍ଷାରେ ଓଦା ହୋଇ ନଷ୍ଟ ହେଉଛି । ଜମି, ଖଳା ଓ ମଣ୍ଡିରେ ଗଜା ହୋଇଗଲାଣି ଧାନ । ସରକାର ମଣ୍ଡିରେ ଧାନ ବିକି ଦୁଇ ପଇସା ରୋଜଗାରର ଆଶା ମଉଳି ଗଲାଣି । ଏପଟେ ନକଲି ଚାଷୀ କାର୍ଡ଼ରେ ଛତିଶଗଡ଼ ଧାନ ବିକି ପକେଟ୍ ଗରମ କରୁଛନ୍ତି ବେପାରୀ ଓ ଅସାଧୁ କର୍ମଚାରୀ । ଜିଲ୍ଲାପାଳ ଓ ସୋସାଇଟ୍ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ ।
ତେବେ ଏହା ପୂର୍ବରୁ ଝାରସୁଗୁଡ଼ାରେ ଚାଷୀମାନେ ଧାନ ନେଇ ପ୍ୟାକ୍ସକୁ ଯିବା ବେଳକୁ ଟାର୍ଗେଟ୍ ନଥିବା କହି ସେମାନଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଏବେ ବର୍ଷା ଯୋଗୁ ଧାନ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଚାଷୀଙ୍କ କଷ୍ଟକୁ ବଢ଼ାଇ ଦେଇଛି ଛତିଶଗଡ଼ ପଟୁ ପ୍ରବେଶ କରୁଥିବା ଧାନ । ସୋମବାର ଦିନ ଝାରସୁଗୁଡ଼ା କନକତୋରା ସୀମାରୁ ୩ ଟି ଧାନ ବୋଝେଇ ଗାଡ଼ିକୁ ଜବତ କରିଛି ପୁଲିସ । ତେବେ ଛତିଶଗଡ଼ରେ ରବି ଋତୁରେ ଧାନ ସଂଗ୍ରହ କରାଯାଉନଥିବା ବେଳେ ଅସାଧୁ ବ୍ୟବସାୟୀ ମିଲରଙ୍କ ସହାୟତାରେ ଧାନ ବିକ୍ରି କରୁଥିବା ନେଇ ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/19/dhana-2025-06-19-17-53-47.jpg)