କନକ ବ୍ୟୁରୋ : ଦିଲ୍ଲୀରେ ବିସ୍ଫୋରଣ ପରେ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୁରୀ ଭଳି ସମ୍ବେଦନଶୀଳ ଅଂଚଳରେ ତୀକ୍ଷ୍ଣ ନଜର ରଖାଯାଇଛି । ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ ପଇଁତରା ମାରୁଛନ୍ତି । ସାମୁଦ୍ରିକ ଅଞ୍ଚଳରେ ମେରାଇନ ପୁଲିସ ପାଟ୍ରୋଲିଂ କରୁଛି ।
ଦିଲ୍ଲୀ ବିସ୍ଫୋରଣ; ପୁଲୱାମା ବିସ୍ଫୋରଣ ଦିନ ବିକ୍ରି ହୋଇଥିଲା i 20 କାର୍
ଦିଲ୍ଲୀରେ ବିସ୍ଫୋରଣ ପରେ ରେଳଷ୍ଟେସନ, ବିମାନବନ୍ଦର, ପର୍ଯ୍ୟଟନସ୍ଥଳକୁ ଜଗିଛି ପୁଲିସ । ବାଲିଯାତ୍ରାରେ କଡା ସୁରକ୍ଷା କରାଯାଇଥିବାବେଳେ ସମୁଦ୍ରରେ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ । ପୁଲିସ ବିଭାଗ ସହ ଆଲୋଚନା କରାଯାଇ ସମସ୍ତ ଜାଗାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ( ପୁରୀ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଭାବରେ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ବଡ଼ଦାଣ୍ଡ ଓ ବେଳାଭୂମିକୁ ଜଗିଛନ୍ତି ପୁଲିସ । ସମସ୍ତ ରେଳଷ୍ଟେସନ , ବିମାନବନ୍ଦରରେ ସୁରକ୍ଷାକୁ ବଢାଯାଇଛି । ପର୍ଯ୍ୟଟନସ୍ଥଳୀ ଓ ସ୍ଥପତି ନିକଟରେ ଜିଲ୍ଲା ପ୍ରଶାସନ ସହଯୋଗରେ ସୁରକ୍ଷା ବଢାଯିବା ସହ ଚେକିଂକୁ ଜୋରଦାର କରାଯାଇଛି । ସମ୍ୱେଦନଶୀଳ ଅଞ୍ଚଳରେ ଆଣ୍ଟି-ଟେରର ସ୍କ୍ବାଡ୍ ପଇଁତରା ମାରୁଛି । ସୁରକ୍ଷାକୁ ବଢାଯାଇଛି ।
ଆମେରିକାରୁ ଆସିଲା ଖୁସି ଖବର: ଭାରତ ଉପରୁ ଟାରିଫ୍ ହଟାଇବେ ଟ୍ରମ୍ପ!
ସମୁଦ୍ରରେ ବି ପଇଁତରା ମାରୁଛି ପୁଲିସ । ରାଜନଗର ସାମୁଦ୍ରିକ ଥାନା ହାଇଆଲର୍ଟରେ ରହିଛି । ତାଳଚୁଆ ଫେରିଘାଟରେ ଚେକିଂ କରାଯାଉଛି । ଫେରିଘାଟ ମଧ୍ୟ ଦେଇ ଅନେକ ସମୟରେ ଅନୁପ୍ରବେଶକାରୀ ପ୍ରବେଶ କରିବା ନଜିର ରହିଛି । ଏହି ସ୍ଥାନଟି ଉପକୂଳବର୍ତ୍ତୀ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାହାର ରାଜ୍ୟର ସନ୍ଦିଗ୍ଧ ପଶି ଆସିବାର ଆଶଙ୍କା ରହିଥାଏ । ତେଣୁ ମେରାଇନ ପୁଲିସ ତତ୍ପରତା ଦେଖାଇଛି । ଦେବୀନଦୀ ମୁହାଣ ଅଞ୍ଚଳରେ ସ୍ପିଡ୍ ବୋଟ୍ ସହାୟତାରେ ପୁଲିସ ଏବଂ ମେରାଇନ କର୍ମଚାରୀଙ୍କ ମିଳିତ ସହଯୋଗରେ ସାମୁଦ୍ରିକ ପାଟ୍ରୋଲିଙ୍ଗକୁ କଡ଼ାକଡ଼ି କରାଯାଇଛି । ସେହିପରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବି ଶକ୍ତ କରାଯାଇଛି ସୁରକ୍ଷା ବ୍ୟବସ୍ଥା। ସଶସ୍ତ୍ର ପୁଲିସ ବାହିନୀ ବିମାନବନ୍ଦର ଭିତରେ ଓ ବାହାରେ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । ଅନ୍ୟପଟେ ବଡ଼ ବଡ଼ ହୋଟେଲରେ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଦିଲ୍ଲୀରେ ବିସ୍ଫୋରଣ ପରେ ପୂରା ସଜାଗ ହୋଇଛନ୍ତି ସୁରକ୍ଷା କର୍ମୀ ।
Follow Us