କନକ ବ୍ୟୁରୋ : ବାଲେଶ୍ୱରରେ ବାଲି ମାଫିଆଙ୍କ ଆତଙ୍କରାଜ । ଖଣି ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବାଲି ମାଫିଆ । ଜୁନିଅର ଖଣି ଅଧିକାରୀ ତାପସ କୁମାର ବେହେରା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ବାଲି ଚୋରା ଚାଲାଣ ଖବର ପାଇ ତାପସ ବେହେରା ତାଙ୍କର ଜଣେ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ବେଆଇନ ବାଲି ଚାଲାଣକୁ ଯାଞ୍ଚ୍ ବେଳେ ଆକ୍ରମଣ ହୋଇଛି । କିଛି ଦିନ ତଳେ ଉଦଳା ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣ ଗିରଫ ହୋଇସାରିଛନ୍ତି ।