ସରକାରଙ୍କ ଏସମା କଟକଣାକୁ ମାନିବେନି ନର୍ସ । ଆଜିଠୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା

ସରକାରଙ୍କ ଏସମା କଟକଣାକୁ ମାନିବେନି ନର୍ସ । ଆଜିଠୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସ କର୍ମଚାରୀ । ଜରୁରୀକାଳୀନ ରୋଗୀ ସେବାରେ ବାଧାନଦେଇ କରିବେ ଆନ୍ଦୋଳନ ।

17778

କନକ ବ୍ୟୁରୋ: ନର୍ସିଂ ଅଫିସରଙ୍କ ବିରୋଧରେ କଠୋର ହେଲେ ସରକାର, ଏସମା କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ।  ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ଟାଣିବ କି ଏସମା ଆଇନ ଉଠିଲା ପ୍ରଶ୍ନ । ବୁଧବାର ଠାରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥାନ୍ତେ ନର୍ସିଂ ଅଫିସର । ପ୍ରସ୍ତୁତି ସରିଥିଲା, ୨୭ ତାରିଖରୁ ସିରିଞ୍ଜ ଛାଡ ଆନ୍ଦୋଳନ ପାଇଁ ହେଉଥିଲେ ସଜବାଜ। କିନ୍ତୁ ଆଜି ଏଥିରେ ଲକ୍ଷ୍ମଣରେଖା ଟାଣିଛନ୍ତି ସରକାର । 

ସ୍ୱାସ୍ଥ୍ୟସେବାରେ ଯେପରି ବ୍ୟାଘାତ ସୃଷ୍ଟି ନହେବ ସେଥିପାଇଁ ଏସମା ଆଇନକୁ କଡାକଡି ପାଳନ କରିବାକୁ ସବୁ ସିଡ଼ିଏମଓ ଓ ସରକାରୀ ମେଡିକାଲ କଲେଜକୁ ଚିଠି ଲେଖିଛି ନର୍ସିଂ ନିର୍ଦ୍ଦେଶାଳୟ । ସେପଟେ ସରକାର ଏସମା ଆଇନ ଲଗାଇଥିଲେ ମଧ୍ୟ ଜିଦରେ ଅଟଳ ଅଛନ୍ତି ନର୍ସିଂ ଅଫିସର । ସରକାରଙ୍କୁ ୨ ଦିନର ଅଲଟିମେଟମ ଦେଇ ନର୍ସିଂ କର୍ମଚାରୀ ମାନେ କହିଛନ୍ତି, ୨୭ ତାରିଖ ଭିତରେ ଦାବି ମାନନ୍ତୁ ସରକାର । ୧୦ ଦଫା ଦାବିକୁ ନେଇ ସରକାର ଆଲୋଚନା ପାଇଁ ଆଗଭର ହେଉନଥିବା ବେଳେ ନର୍ସିଂ ଅଫିସର ନିଜ ଜିଦରେ ଅଡି ବସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe