ମାଓ ଇତିହାସରେ ପ୍ରଥମ, ଖାଁ ଖାଁ ହୋଇଗଲାଣି ସଂଗଠନ

Advertisment

ଖାଁ ଖାଁ ହୋଇଗଲାଣି ମାଓ ସଂଗଠନ । ପୁଲିସ କାର୍ଯ୍ୟାନୁଷ୍ଠାନ ଦେଖି ଥରହର ମାଓବାଦୀ। ଟପ୍‌ କମାଣ୍ଡର ବି ଛାନିଆ। ମାର୍ଚ୍ଚ ୩୧ ପୂର୍ବରୁ ପୁଣିଥରେ ମାଓଗଡ଼କୁ ଲାଗିଛି ଜୋରକା ଝଟକା । 

ଖାଁ ଖାଁ ହୋଇଗଲାଣି ମାଓ ସଂଗଠନ । ପୁଲିସ କାର୍ଯ୍ୟାନୁଷ୍ଠାନ ଦେଖି ଥରହର ମାଓବାଦୀ। ଟପ୍‌ କମାଣ୍ଡର ବି ଛାନିଆ। ମାର୍ଚ୍ଚ ୩୧ ପୂର୍ବରୁ ପୁଣିଥରେ ମାଓଗଡ଼କୁ ଲାଗିଛି ଜୋରକା ଝଟକା । 

Maoists

କନକ ବ୍ୟୁରୋ: ମାଓ ଇତିହାସରେ ପ୍ରଥମ । ଖୋଦ ମାଓ ମୁଖିଆ ବନ୍ଧୁକ ରଖି ପୁଲିସ ନିକଟରେ କଲେ ଆତ୍ମସମର୍ପଣ । ମହାସଚିବ ଥିପୁରୀ ତିରୁପତିଙ୍କ ଆତ୍ମସମର୍ପଣ ପରେ ମୁରବିହୀନ ମାଓ ସଙ୍ଗଠନ । ୪୦ ସଂଖ୍ୟା ବିଶିଷ୍ଠ କେନ୍ଦ୍ରୀୟ କମିଟି ତାଲିକା ଏବେ ୨ରେ ସମିତି ହୋଇଯାଇଛି । 

ଏହା ବି ପଢ଼ନ୍ତୁ: ଟେନସନ୍ ଦୂର କରିବ କି ମହାନଦୀ ଟ୍ରିବ୍ୟୁନାଲ? ଦିନକ ବୁଲାରେ ସମାଧାନର ବାଟ ବାହାରିବ ?

ଖାଁ ଖାଁ ହୋଇଗଲାଣି ମାଓ ସଂଗଠନ । ପୁଲିସ କାର୍ଯ୍ୟାନୁଷ୍ଠାନ ଦେଖି ଥରହର ମାଓବାଦୀ। ଟପ୍‌ କମାଣ୍ଡର ବି ଛାନିଆ। ମାର୍ଚ୍ଚ ୩୧ ପୂର୍ବରୁ ପୁଣିଥରେ ମାଓଗଡ଼କୁ ଲାଗିଛି ଜୋରକା ଝଟକା । ପୁଲିସ ଭୟରେ ମାଓ ସଙ୍ଗଠନର ମୁଖିଆ ବି ଆତ୍ମସମର୍ପଣ କରୁଛନ୍ତି । ବନ୍ଧୁକ ଛାଡି ସମାଜର ମୁଖସ୍ରୋତରେ ସାମିଲ ହେବାକୁ ଆଗ୍ରହୀ ହୋଇଛନ୍ତି। ସେମାନେ ହେଲେ ମାଓ ସଙ୍ଗଠନର ମହାସଚିବ ଥିପୁରି ତିରୁପତି ଓରଫ୍‌ ଦେବଜୀ, କେନ୍ଦ୍ରୀୟ କମିଟି ସଦସ୍ୟ ମଲ୍ଲା ରାଜୀ ରେଡ୍ଡୀ ଓରଫ୍‌ ସଂଗ୍ରାମ, ତେଲେଙ୍ଗାନା ଷ୍ଟେଟ୍ କମିଟିର ସଚିବ ବଡେ ଚୋଖା ରାଓ ଓରଫ୍‌ ଦାମୋଦର, ତେଲେଙ୍ଗାନା ଷ୍ଟେଟ୍ କମିଟି ସଦସ୍ୟ ନୁନେ ନରସିମହା ରେଡ୍ଡୀ । ମଙ୍ଗଳବାର ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗତବର୍ଷ ବାସବରାଜୁର ଏନକାଉଣ୍ଟର ପରେ ମାଓବାଦୀଙ୍କ ଶୀର୍ଷ ନେତାଙ୍କ ଆତ୍ମସମର୍ପଣ ମାଓ ସଂଗଠନର ଅସ୍ତିସ୍ୱ ଉପରେ ପ୍ରଶ୍ନବାଚୀ ଠିଆ କରିଛି। ଏବେ ମାତ୍ର ୨ ଜଣ ସଦସ୍ୟରେ ସୀମିତ ହୋଇଯାଇଛି  ମାଓ ସଂଗଠନ। 

ସେପଟେ ଏବେ ବି ଗଣପତିଙ୍କ ଠିକଣାକୁ ନେଇ ସବୁଠି ଚର୍ଚ୍ଚା । କେଉଁଠି ଅଛନ୍ତି ଗଣପତି? କେଉଁଠି ଆତ୍ମଗୋପନ କରିଛନ୍ତି ମିସିରି ବେସରା? କୋସା ସୋଢ଼ି ଓରଫ୍‌ ଶୁକ୍ରୁଙ୍କୁ ଖୋଜୁଛି ପୁଲିସ । ଦେବଜୀଙ୍କ ଆତ୍ମସମର୍ପଣ ପରେ ସଙ୍ଗଠନର ଶୀର୍ଷ ନେତୃତ୍ୱ କହିଲେ ଏବେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣପତି ଓ ମସିରି ବେସରାକୁ ବୁଝାଏ । ତେଣୁ ଏହି କୁଖ୍ୟାତ ମାଓବାଦୀ ମୁପାଲ୍ଲା ଲକ୍ଷ୍ମଣ ରାଓ ଓରଫ୍‌ ଗଣପତି ଏବେ କେଉଁଠି? କୁହାଯାଉଛି ମିସିରି ଏବେ ଝାରଖଣ୍ଡ ଓ ଓଡିଶା ସିମାବର୍ତ୍ତୀ ଅଂଚଳରେ ସକ୍ରୀୟ ଅଛି । ଏମାନଙ୍କୁ ସମୟ ଥାଉଥାଉ ଆତ୍ମସମର୍ପଣ କରିବାକୁ ଚେତାବାନୀ ଦେଇଛି ପୁଲିସ । 

ସେପଟେ ମାଓଗଡ଼ ପ୍ରତି ଲୋକଙ୍କ ଭୟ ମଧ୍ୟ କମିଲାଣି । ମାଲକାନଗିରିରେ ଥିଲା ମାଓ ସ୍ତମ୍ଭ ଭାଙ୍ଗିଛନ୍ତି ଲୋକେ  ସ୍ବାଭିମାନ ଅଂଚଳ ଏବଂ ମାଥିଲି ଅଂଚଳରେ ମାଓସ୍ତମ୍ୱ ଭାଙ୍ଗିଛନ୍ତି ଲୋକେ । ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଲୋକେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe