୫ ମାସରେ ମଲେଣି ୪୦ ହାତୀ ଓ ୫ କଲରାପତରିଆ ବାଘ । ବିଧାନସଭାରେ ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, କାଲି ଆସିବ ଶୀତକାଳୀନ ହାତୀ ଗଣନା ରିପୋର୍ଟ

Advertisment

ସେପଟେ ରାଜ୍ୟରେ ସରିଛି ଶୀତକାଳୀନ ହାତୀ ଗଣନା। ଆସନ୍ତାକାଲି ପ୍ରକାଶ ପାଇବ ବିସ୍ତୃତ ରିପୋର୍ଟ। ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ ସୂଚନା, ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେଭଳି କୌଣସି ହାତୀ ଦୁଇ ଥର ଗଣତି ନ ହୁଏ, ଫିଲ୍ଡ ଡାଟାର ତାଳମେଳ କରାଯାଉଛି, ଜିପିଏସ୍  କୋଅର୍ଡିନେଟ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି । ସେସବୁ ତଥ୍ୟ ଏକାଠି କରାଯାଉଛି ।

grgrdgrcd

କନକ ବ୍ୟୁରୋ :  ୫ ମାସ ମଧ୍ୟରେ ଓଡ଼ିଶାରେ ମଲେଣି ୪୦ ହାତୀ। ହାତୀ ମୃତ୍ୟୁ ପାଇଁ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ୫ଟି କଲରାପତରିଆ ବାଘ ମଧ୍ୟ ମରିଛନ୍ତି। ବାଘ ମାରିବା ଅପରାଧରେ  ୧୪ ଜଣ ଙ୍କୁ ଗିରଫ କରାଯାଇଛି। ବିଧାନସଭାରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ତଥ୍ୟ ପ୍ରଦାନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେହିପରି ଗତ ତିନି ବର୍ଷ ରେ ହାତୀ ନେଇଛି ୬୬୮ ଜୀବନ। ହାତୀ ଆକ୍ରମଣରେ ଆହତ ହୋଇଛନ୍ତି ୫୦୯ ଜଣ। ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ବଢିଛି ହାତୀ ଉପଦ୍ରବ। ତିନି ବର୍ଷ ରେ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ ୧୦ ହଜାର ୨୫୯ ଘର ଭାଙ୍ଗିଛନ୍ତି ହାତୀ ପଲ ।

ସେପଟେ ରାଜ୍ୟରେ ସରିଛି ଶୀତକାଳୀନ ହାତୀ ଗଣନା। ଆସନ୍ତାକାଲି ପ୍ରକାଶ ପାଇବ ବିସ୍ତୃତ ରିପୋର୍ଟ। ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ ସୂଚନା, ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେଭଳି କୌଣସି ହାତୀ ଦୁଇ ଥର ଗଣତି ନ ହୁଏ, ଫିଲ୍ଡ ଡାଟାର ତାଳମେଳ କରାଯାଉଛି, ଜିପିଏସ୍  କୋଅର୍ଡିନେଟ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି । ସେସବୁ ତଥ୍ୟ ଏକାଠି କରାଯାଉଛି । ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ରିପୋର୍ଟ । ଏହାପରେ କୁହାଯାଇପାରିବ, ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ଝାଡ଼ଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି । ଯେପର୍ଯ୍ୟନ୍ତ  ରିପୋର୍ଟ ଚୂଡ଼ାନ୍ତ ହୋଇନି, ରାଜ୍ୟରେ କେତେ ହାତୀ କହିବା କେବଳ ଏକ ଆକଳନ ହେବ । ଆଜି ରିପୋର୍ଟ ଚୂଡ଼ାନ୍ତ ହେଉଛି, କାଲି ସନ୍ଧ୍ୟା ସୁଦ୍ଧା କୁହାଯାଇ ପାରିବ ରାଜ୍ୟରେ କେତେ ହାତୀ ଅଛନ୍ତି । ସୂଚନା ଥାଉକି, ଗତ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe