କନକ ବ୍ୟୁରୋ: ସୌରଶକ୍ତି ଯୋଗାଣ ଲାଗି ଶିଳ୍ପପତି ଗୌତମ ଆଦାନୀ ଓଡ଼ିଶାରେ ମଧ୍ୟ ଲାଞ୍ଚ ଦେଇଥିବା ଅଭିଯୋଗ ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ପୂର୍ବରୁ ବିଜେଡି ସରକାର ଥିବା ବେଳେ କାହାକୁ ସେ ଲାଞ୍ଚ ଦେଇଛନ୍ତି? କିଏ ସେହି କରିତକର୍ମା ଯିଏ ଆଦାନୀଙ୍କ ହାତକୁ ଏଭଳି ଲୋଭନୀୟ ପ୍ରକଳ୍ପ ଟେକି ଦେବା ଲାଗି କୋଟି କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି?
ଆମେରିକା କରିଥିବା ଅଭିଯୋଗରେ ଓଡ଼ିଶା ନାଁ ଆସିବା ପରେ ପ୍ରାଶାସନିକ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି । ଯେଉଁ ସମୟ ବିଷୟରେ ଆମେରିକା ଉଲ୍ଲେଖ କରିଛି ସେହି ସମୟରେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ଥିଲା । ସେହି ସମୟରେ ଶକ୍ତି ବିଭାଗରେ ଥିବା ବରିଷ୍ଠ ଅଧିକାରୀ ଏହି କାରବାରରେ ଲିପ୍ତ ଥିଲେ ନା ଶାସନ କଳକୁ ସମ୍ପୂର୍ଣ୍ଣ ନିଜ ଅକ୍ତିଆରକୁ ନେଇଯାଇଥିବା ବ୍ୟକ୍ତିଙ୍କ ସହ ଲାଞ୍ଚ କାରବାର ହୋଇଥିଲା? ପ୍ରକୃତରେ କିଏ ଲାଞ୍ଚ ନେଇଛି ତାଙ୍କୁ ଧରିବା ଲାଗି ଦାବି ହୋଇଛି । ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନଙ୍କ ଅଭିଯୋଗ ଅନୁସାରେ ଲାଞ୍ଚ କାରବାର ମାମଲାରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କାଶ୍ମୀର, ତାମିଲନାଡୁ ଓ ଛତିଶଗଡ଼ ନାମ ଉଲ୍ଲେଖ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/22/nNQPqWfIm4ui4uVzxTEw.jpg)