ଝାଡଖଣ୍ଡ ଫଳାଫଳରେ ଓଡିଶା ଲିଙ୍କ୍: ଆଗରେ ରାଜ୍ୟପାଳଙ୍କ ବୋହୂ, ପଛରେ ପଡିଲେ ଓଡିଶା କଂଗ୍ରେସ ପ୍ରଭାରୀ

Advertisment

ଜାମସେଦପୁର ଇଷ୍ଟ ଆସନରେ ରୋଚକ ଲଢେଇ ଦେଖିବାକୁ ମିଳିଛି । ଏହି ଆସନରେ ଓଡିଶା ଲିଙ୍କ ରହିଛି । କାରଣ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସରୁ ଓଡିଶା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିର୍ବାଚନ ଲଢୁଛନ୍ତି । 

ଜାମସେଦପୁର ଇଷ୍ଟ ଆସନରେ ରୋଚକ ଲଢେଇ ଦେଖିବାକୁ ମିଳିଛି । ଏହି ଆସନରେ ଓଡିଶା ଲିଙ୍କ ରହିଛି । କାରଣ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସରୁ ଓଡିଶା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିର୍ବାଚନ ଲଢୁଛନ୍ତି । 

wdwdw

କନକ ବ୍ୟୁରୋ: ଆଜି ହେଉଛି ଝାଡଖଣ୍ଡ ନିର୍ବାଚନ ଭୋଟ ଗଣତି । ଆଉ ଏଥିରେ ଏନଡିଏ ଆଉ ଇଣ୍ଡି ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ  ମିଳିଛି । ବିଜେପି ମେଣ୍ଟ ୨୮ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ଜେଏମଏମ ମେଣ୍ଟ ୫୧ ସିଟରେ ଆଗୁଆ ରହିଛି । ତେବେ ଏହାରି ଭିତରେ ଜାମସେଦପୁର ଇଷ୍ଟ ଆସନରେ ରୋଚକ ଲଢେଇ ଦେଖିବାକୁ ମିଳିଛି । ଏହି ଆସନରେ ଓଡିଶା ଲିଙ୍କ ରହିଛି । କାରଣ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସରୁ ଓଡିଶା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିର୍ବାଚନ ଲଢୁଛନ୍ତି । 

ବର୍ତ୍ତମାନ ପୂର୍ଣ୍ଣିମା ସାହୁ ୧୫ରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ସେ ମୋଟ ୩୦ ହଜାର ୮୬ ଭୋଟ ପାଇଥିବା ବେଳେ ଅଜୟ କୁମାର ୧୪ ହଜାର ୪୦୪ ଭୋଟ ପାଇଛନ୍ତି । 

ଏହି ଆସନ ୨୦୦୦ ମସିହାରୁ ବିଜେପିର ଗଡ ରହି ଆସିଛି । ଏଠାରୁ ପୂର୍ଣ୍ଣିମା ସାହୁଙ୍କ ଶ୍ୱଶୂର ରଘୁବର ଦାସ ନିର୍ବାଚନ ଲଢି ଜିତିଥିଲେ । ସେ ବିଜେପି ଟିକେଟରୁ ରଘୁବର ଦାସ ଏହି ଆସନରେ ୪ ଥର ନିର୍ବାଚନ ଜିତିଥିଲେ । ଆଉ ମୁଖ୍ୟମନ୍ତ୍ରୀ ବି ହୋଇଥିଲେ । ହେଲେ ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ସରାୟୁ ରଏ ବିଜୟୀ ହୋଇଥିଲେ । ବର୍ତ୍ତମାନ ରଘୁବର ଦାସ ଓଡିଶାର ରାଜ୍ୟପାଳ ରହିଛନ୍ତି । ତେଣୁ ତାଙ୍କୁ ବୋହୂଙ୍କୁ ଏଠାରୁ ବିଜେପି ପ୍ରାର୍ଥୀ କରିଛି । 

ସେହିପରି କଂଗ୍ରେସ ଏହି ଆସନରୁ ଅଜୟ କୁମାରଙ୍କୁ ପ୍ରାର୍ଥୀ କରିଛି । ଅଜୟ କୁମାର ଓଡିଶା ରାଜ୍ୟ କଂଗ୍ରେସର ପ୍ରଭାରୀ ଦାୟିତ୍ୱରେ ରହିଛନ୍ତି । ଓଡିଶା ବିଧାନସଭା ନିର୍ବାଚନ ବେଳେ ସେ ଓଡିଶା ରାଜନୀତିରେ ସକ୍ରିୟ ଭୂମିକା ନିଭାଇଥିଲେ । ତେଣୁ ଦେଖିବା ବାକି ବିଜେପି ନିଜ ଗଡ ପୁଣି ଫେରିପାଉଛି ନା କଂଗ୍ରେସ ଏହାକୁ ଅକ୍ତିଆର କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe