କନକ ବ୍ୟୁରୋ: ୮୦ ଦଶକରେ ଭୋକର ଭୂଗୋଳ ଭାବେ ପରିଚିତ ଥିଲା କଳାହାଣ୍ଡି । ବର୍ତ୍ତମାନର ସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଚାଷରେ ଜିଲ୍ଲାର ଗ୍ରାଫ ଉପର ମୁହାଁ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଚାଷୀଙ୍କ ଚମତ୍କାରିତାକୁ ନେଇ ଦେଶ-ବିଦେଶରେ ଚର୍ଚ୍ଚା କରାଯାଉଛି । ୩ଜଣ ଚାଷୀଙ୍କ କଦଳୀ ଚାଷ ଏବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କଳାହାଣ୍ଡିର କଦଳୀ ଏବେ ଚାଖିବେ ଦୁବାଇବାସୀ ।
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ଚାଷୀ ନୀଳକଣ୍ଠ ଲହଜଳ, ସ୍ମୃତି ରଞ୍ଜନ ମୁଣ୍ଡ ଏବଂ ନାରାୟଣ ସାହୁ। ଆଗରୁ ଧାନ ଚାଷ ସହିତ ବିଭିନ୍ନ ଫସଲ ଚାଷ କରୁଥିଲେ । ଏବେ କଦଳୀ ଚାଷ କରି ଚର୍ଚ୍ଚି ତ। ଉଦ୍ୟାନ ବିଭାଗ ଓ କଲମପୁର ବ୍ଲକରେ ଥିବା କୃଷି ସଂପର୍କୀତ ଏକ ସଂସ୍ଥା ସହାୟତାରେ ଗତବର୍ଷ ଏମାନେ ଜୁନାଗଡ଼ ବ୍ଲକ ହାବସପୁର ଅଞ୍ଚଳରେ ୧୨ ଏକର ଜମିରେ କଦଳୀ ଚାଷ କରିଥିଲେ । ବୈଜ୍ଞାନିକ ପଦ୍ଧତିରେ(ଜି-ନାଇନ) କିସମର କଦଳୀ ଚାଷ କରି ଭଲ ଅମଳ କରିଛନ୍ତି । ଏବେ ସେହି କଦଳୀ ଦୁବାଇ ପଠା ଯାଇଛି ।
କେଜି ପ୍ରତି ୧୯ ଟଙ୍କା ୫୦ ପଇସା ହିସାବରେ ପ୍ରଥମ ପର୍ଯ୍ୟାୟରେ ୧୨୦ କ୍ୱିଣ୍ଟାଲ୍ କଦଳୀ ଦୁବାଇ ରତ୍ପାନୀ କରାଯାଇଛି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ । ଏହି କଦଳୀ ଚାଷରେ ୨୦ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି। ଚାଷୀ ଲାଭବାନ ହେବା ସହ ଶ୍ରମିକମାନେ ପରିବାର ପ୍ରତିପୋଷଣ କରିପାରୁଛନ୍ତି । କଳାହାଣ୍ଡି ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ କଦଳୀ ଚାଷ କରାଯାଇଛି । ଜୁନାଗଡ଼, କଲମପୁର, ଜୟପାଟଣା ବ୍ଲକରେ ପ୍ରାୟ ଦେଢ଼ ଶହ ଏକର ଜମିରେ ଜି-ନାଇନ୍ କିସମର କଦଳୀ ଚାଷ କରିଛନ୍ତି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/06/xcFVhKiQ4N2zTDcQDpQz.jpg)