ଜେଲ୍ କର୍ତ୍ତୃପକ୍ଷଙ୍କ ଭାଙ୍ଗିଲା ନିଦ ; କହିଲେ, ନିୟମିତ ବ୍ୟବଧାନରେ ଜେଲ୍‌ ବୁଲନ୍ତୁ ଜିଲ୍ଲାପାଳ ଏବଂ ଏସ୍‌ପି

ଜେଲ୍‌କୁ ଅଚାନକ ପରିଦର୍ଶନରେ ଯିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଦିଆଗଲା ନିର୍ଦ୍ଦେଶ । ଜେଲ ବିଭାଗ ଡିଜି ସୁଶାନ୍ତ ନାଥ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ।

41

କନକ ବ୍ୟୁରୋ : ନିୟମିତ ବ୍ୟବଧାନରେ ଜେଲ୍‌କୁ ଅଚାନକ ପରିଦର୍ଶନରେ ଯିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଦିଆଗଲା ନିର୍ଦ୍ଦେଶ । ଜେଲ ବିଭାଗ ଡିଜି ସୁଶାନ୍ତ ନାଥ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ଜେଲ୍‌ର କଏଦୀମାନେ ସୁସ୍ଥ ପରିବେଶରେ ରହିପାରିବେ । ଏଥିସହ ଜେଲ ପରିଚାଳନାରେ ସ୍ବଚ୍ଛତା ଏବଂ ଶୃଙ୍ଖଳା ବଜାୟ ରହିପାରିବ । ରାଜ୍ୟର ଜେଲ୍‌ମାନଙ୍କରେ କଏଦୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଉଛି । ଏନେଇ ଜାତୀୟ ମାନବାଧିକାର କମିସନ ରାଜ୍ୟ ମାନବାଧିକାର କମିସନଙ୍କୁ ଅବଗତ କରିବା ସହ ଉଦ୍‌ବେଗ ମଧ୍ୟ ପ୍ରକାଶ କରୁଛନ୍ତି । ଏହାକୁ ଆଧାର କରି ଜେଲ ଡିଜି ଚିଠି କରିଛନ୍ତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe