କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ବୁଧବାର ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ପ୍ରଥମ ଅଧିବେଶନରେ ‘ସନ୍ତୁଳନର ଆହ୍ୱାନ: ଜଳବାୟୁ, ବିକାଶ ଏବଂ ସହରୀକରଣ’ଶୀର୍ଷକ ଆାଲୋଚନାରେ ଆଇ ଫରେଷ୍ଟ ସିଇଓ ତଥା ସଭାପତି ଚନ୍ଦ୍ର ଭୂଷଣ କହିଲେ, ସମ୍ବାଦ ପକ୍ଷରୁ ଜଳବାୟୁ ସମସ୍ୟା ନେଇ  ଜଳବାୟୁ ପଞ୍ଚାୟତ ଆଯୋଜନ କରୁଥିବା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ଜଳବାୟୁ ପରିବର୍ତ୍ତନ ନୀତି ଆଣିଥିବା ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା , ଓଡ଼ିଶା ଜଳବାୟୁ ପରିସ୍ଥିତିକୁ ବୁଝିଛି । ବନ୍ୟା, ଭୂସ୍ଖଳନ ଭଳି ଜଳବାୟୁ ଧ୍ୱଂସର ଖବର ଆମ ପାଇଁ ଏକ ସାଧାରଣ କଥା ହୋଇଗଲାଣି । ଜଳବାୟୁ ପରିବର୍ତ୍ତନ ଯୋଗୁ ଶିମଲା, ଦାର୍ଜିଲିଂ, ନେପାଳ ଆଦି ସ୍ଥାନରେ ଭୂସ୍ଖଳନ ହୋଇଛି । ଏହା ଆମକୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି । ଗତ ୧୦ ହଜାର ବର୍ଷ ଧରି ଜଳବାୟୁ ଉପଯୋଗୀ ଥିଲା । ମାତ୍ର ଏହା ଲଗାତାର ଖରାପ ହେବାରେ ଲାଗିଛି । ତେବେ ଜଳବାୟୁ ପରିବର୍ତ୍ତନର ଧାରାକୁ ବଦଳାଯାଇ ପାରିବ ।

Advertisment

କିଛି ଦିନ ତଳେ ଭୁବନେଶ୍ବର ତାପମାତ୍ରା ନେଇ ପଦକ୍ଷେପ ଗ୍ରହଣ ସମ୍ପର୍କିତ ଏକ ଯୋଜନା କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା । ଭୁବନେଶ୍ବର ତାପମାତ୍ରା ସମସ୍ୟା ଦ୍ବାରା କବଳିତ ହୋଇଛି । ତେବେ ଓଡ଼ିଶାରେ ବର୍ଷା ଏବଂ ଅନ୍ୟ ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ । ରାଜ୍ୟର ସହରାଞ୍ଚଳ ଜନସଂଖ୍ୟା ୮୦% । ଗତ ୨୦ ବର୍ଷ ଧରି ରାଜ୍ୟର ସହରାଞ୍ଚଳ ଜନସଂଖ୍ୟାରେ ବୃଦ୍ଧି ଘଟିଛି ।  ଭୁବନେଶ୍ବରରେ ତାପରୁ ସୁରକ୍ଷା ପାଇଁ ଛାତ ଉପରେ ପିଚୁ ପକାଯାଇଥାଏ , ଏହା ଦ୍ବାରା ଘରର ତାପମାତ୍ରା ବୃଦ୍ଧି ପାଇଥାଏ । ତେବେ ପ୍ରକୃତି ସହିତ ତାଳମେଳ ପାଇଁ ଭୁବନେଶ୍ବରରେ ପାରମ୍ପରିକ ପଦ୍ଧତିକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଆମେ ଆମର ସହରକୁ ଭଲ ଭାବେ ଡିଜାଇନିଂ କରିବା ଜରୁରୀ । ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ବାସଗୃହ କଂକ୍ରିଟରେ ନିର୍ମାଣ କରାଯାଇଛି । ଏସବୁ ଘରେ ନିମ୍ନ ଆୟବର୍ଗର ଲୋକେ ଅତ୍ୟଧିକ ତାପମାତ୍ରାରେ ରହିବା କଷ୍ଟକର । ସେମାନେ ବିନା ଏସିରେ ଘରେ ରହିବା ଅସମ୍ଭବ ବୋଲି ସେ କହିଛନ୍ତି ।

ଆମର ବର୍ତ୍ତମାନର ସହର ପୁରୁଣା ସହର । ଧିରେ ଧିରେ ସହରର ପରିସୀମା ବଢ଼ିବାରେ ଲାଗିଛି । ଦ୍ରୁତ ସହରୀକରଣ ହେବା ସମୟରେ ସହର ଯୋଜନା ବିଭାଗ ଦୁର୍ବଳ ଭାବେ କାର୍ଯ୍ୟ କରୁଛି । ନିର୍ମାଣ ଆଇନ, ପରିବହନ ଯୋଜନା ଠିକ୍ ଭବେ କାର୍ଯ୍ୟକାରୀ କରାଯାଉ ନାହିଁ । ମ୍ୟୁନିସପାଲିଟି ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ତବେ ଏନେଇ ମ୍ୟୁନିସପାଲିଟିକୁ ଅଧିକ କ୍ଷମତା ଦେବାର ଆବଶ୍ୟକତା ରହିଛି। ତେବେ ରାଜ୍ୟ ସରକାରଙ୍କର ସହର ପରିଚାଳନା ନେଇ ବିଶେଷ ଭୂମିକା ନାହିଁ। ଏହାକୁ ପୌର ସଂସ୍ଥା ହିଁ ପରିଚାଳନା କରିଥାଏ । ଭୁବନେଶ୍ବରରେ ତାପମାତ୍ରା ବଢ଼ିବାରେ ଲାଗିଛି । ସହରର କୋଠାର ଛାତ କଳା କରିବା ପରିବର୍ତ୍ତେ ଏହାକୁ ଧଳା ରଙ୍ଗରେ କରାଗଲେ ତାପମାତ୍ରା ହ୍ରାସ ପାଇବ । ଭୁବନେଶ୍ବରରେ ସବୁଜିମା ଏବଂ ଜଳ ଉତ୍ସ ସଂଖ୍ୟା କମିବା  ସହିତ କଂକ୍ରିଟ ବୃଦ୍ଧି ପାଉଛି । ଅଧିକ ସବୁଜିମା ଦ୍ବାରା ସହରର ତାପମାତ୍ରାକୁ ହ୍ରାସ କରାଯାଇ ପାରିବ ।