କନକ ବ୍ୟୁରୋ: ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବା ନାବାର୍ଡ ପକ୍ଷରୁ ୨୦୨୧-୨୨ ପ୍ରକାଶ ପାଇଥିବା ରିପୋର୍ଟରେ ଓଡିଶାର ଚାଷ ଓ ଚାଷୀର ବିକଳ ଚିତ୍ରକୁ ସାମ୍ନାକୁ ଆସିଛି । ଚାଷୀଙ୍କ ଆୟ ବୃଦ୍ଧି ପାଇ ନବୀନ ସରକାର ଅନେକ ଯୋଜନା କରିଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହିଛି।
ଓଡିଶା ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ
ନାବାର୍ଡ ରିପୋର୍ଟରେ ଓଡିଶା ତଳଆଡୁ ଦ୍ୱିତୀୟ
କାଳିଆ, ବଳରାମ ଯୋଜନା ସତ୍ୱେ ଚାଷୀଙ୍କ ଆର୍ଥିକ ମାନ ଦଣ୍ଡରେ କୌଣସି ଆଖିଦୃଶିଆ ବିକାଶ ହୋଇନି । ଓଡିଶା ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି । ଜାତୀୟ ସ୍ତରରେ ଚାଷୀଙ୍କ ମାସିକ ଆୟ ୧୩,୬୬୧ ଥିବା ବେଳେ ଓଡିଶାର ଚାଷୀଙ୍କ ମାସିକ ଆୟ ମାତ୍ର ୯ ହଜାର ୨୯୦ ଟଙ୍କା । ସହର ତୁଳନାରେ ଓଡିଶାର ଗ୍ରାମୀଣ ଚାଷୀଙ୍କ ଅବସ୍ଥା ବେଶ ଶୋଚନୀୟ ରହିଛି । ଦେଶରେ ଗ୍ରାମୀଣ ଚାଷୀଙ୍କ ଆୟ ୧୨ ହଜାର ୬୯୮ ଥିବା ବେଳେ, ଓଡିଶାର ଚାଷୀଙ୍କ ଆୟ ୮ ହଜାର ୯୨୪ ରହିଛି । ଓଡିଶା ସହିତ ବିହାର, ଝାରଖଣ୍ଡ, ତ୍ରିପୁରା ଚାଷୀଙ୍କ ସ୍ଥିତି ବେଶ ଖରାପ ରହିଛି ।
କାହିଁକି ଓଡିଶାର ଚାଷୀ ପଛରେ ?
କେମିତି ବଢିବ ଚାଷୀଙ୍କ ଆୟ ?
ଓଡିଶାରେ କୃଷକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ରହିଛି, ମାଳ ମାଳ ଯୋଜନା ସତ୍ୱେ ବି ଓଡିଶାର ଚାଷୀଙ୍କ ଆର୍ଥିକ ବିକାଶ ହୋଇ ପାରୁନି । କୃଷି ମନ୍ତ୍ରୀ କହିଛିନ୍ତି, ଚାଷୀଙ୍କ ପାଇଁ ଉପଯୁକ୍ତ ବଜାର ନାହିଁ, ଧାନ ବ୍ୟତିତ ଅନ୍ୟ ଚାଷ ହେଉନଥିବାରୁ ଚାଷୀଙ୍କ ଆୟ ବଢୁନି । ସେପେଟେ ବିରୋଧୀ ବିଡେଡି କହିଛି, ଓଡିଶା ଚାଷୀଙ୍କୁ କେନ୍ଦ୍ର ଅବହେଳା କରିଥିବାରୁ ଚାଷୀଙ୍କ ବୃଦ୍ଧି ହୋଇନି ।
ସେପଟେ ହରିୟାନା, କେରଳ ଓ ମହାରାଷ୍ଚ୍ରରେ ଚାଷୀଙ୍କ ଆୟ ବେଶ ଅଧିକ ରହିଛି । ବିହାର ଚାଷୀଙ୍କ ଆୟ ୯ ହଜାର ୨୫୨, ତ୍ରିପୁରାର ୯ ହଜାର ୬୪୨ ଓ ଝାରଖଣ୍ଡରେ ଚାଷୀଙ୍କ ଆୟ ୯ ହରଜାର ୭ ଶହ ୭୮ ରହିଛି ।