ଆଶୀର୍ବାଦ ପାଲଟିବ ପ୍ରବାସୀ ଭାରତୀୟ ସମ୍ମିଳନୀ: ଓଡ଼ିଶାକୁ ଛୁଟିବ ନିବେଶର ସୁଅ

Advertisment

ଆଗକୁ ବଢ଼ିବା ପାଇଁ ଓଡ଼ିଶାରେ ବହୁ ସମ୍ଭାବନା ରହିଛି। ତିନି ଦିନିଆ ସମ୍ମିଳନୀର ସାମିଲ ହୋଇ ଏଭଳି ଅନୁଭବ ନେଇ ଫେରିଛନ୍ତି ପ୍ରବାସୀ ଭାରତୀୟ। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରରେ ଖୁବ୍ ଆଗକୁ ଯାଇ ହେବ। ରାଜ୍ୟ ସରକାର ଆଶ୍ୱସନା ଦେଇଛନ୍ତି, ଓଡ଼ିଶାରେ ନିବେଶ ପାଇଁ ଅନୁକୁଳ ସ୍ଥିତି ରହିଛି।

ଆଗକୁ ବଢ଼ିବା ପାଇଁ ଓଡ଼ିଶାରେ ବହୁ ସମ୍ଭାବନା ରହିଛି। ତିନି ଦିନିଆ ସମ୍ମିଳନୀର ସାମିଲ ହୋଇ ଏଭଳି ଅନୁଭବ ନେଇ ଫେରିଛନ୍ତି ପ୍ରବାସୀ ଭାରତୀୟ। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରରେ ଖୁବ୍ ଆଗକୁ ଯାଇ ହେବ। ରାଜ୍ୟ ସରକାର ଆଶ୍ୱସନା ଦେଇଛନ୍ତି, ଓଡ଼ିଶାରେ ନିବେଶ ପାଇଁ ଅନୁକୁଳ ସ୍ଥିତି ରହିଛି।

SACS

କନକ ବ୍ୟୁରୋ: ଆଗକୁ ବଢ଼ିବା ପାଇଁ ଓଡ଼ିଶାରେ ବହୁ ସମ୍ଭାବନା ରହିଛି। ତିନି ଦିନିଆ ସମ୍ମିଳନୀର ସାମିଲ ହୋଇ ଏଭଳି ଅନୁଭବ ନେଇ ଫେରିଛନ୍ତି ପ୍ରବାସୀ ଭାରତୀୟ। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରରେ ଖୁବ୍ ଆଗକୁ ଯାଇ ହେବ। ରାଜ୍ୟ ସରକାର ଆଶ୍ୱସନା ଦେଇଛନ୍ତି, ଓଡ଼ିଶାରେ ନିବେଶ ପାଇଁ ଅନୁକୁଳ ସ୍ଥିତି ରହିଛି। ତେଣୁ ଆଗ୍ରହୀ ପୁଞ୍ଜିପତିଙ୍କ ଭବିଷ୍ୟତ ଉଜ୍ଜଳ ହେବ।  

୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ଶେଷ ହୋଇଛି। ୭୦ ଦେଶରୁ ହଜାର ହଜାର ସଂଖ୍ୟାରେ ଆସିଥିବା ପ୍ରବାସୀ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ବାବଦରେ ଜାଣିଛନ୍ତି। ଏହାସହ ଓଡ଼ିଶାରେ ଥିବା ଅପାର ସମ୍ଭାବନାକୁ ଅନୁଭବ କରି ଫେରିଛନ୍ତି।  ନିବେଶ ଅନୁକୂଳ ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ବଳ। ଏହି ସମ୍ମିଳନୀ ବିଶ୍ବ ଦରବାରରେ ଓଡ଼ିଶାକୁ ଆହୁରି ଅଧିକ ପରିଚିତ କରିବାକୁ ମାର୍ଗ ପ୍ରଶସ୍ତ କରିଛି। ଖାସକରି ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରରେ। କାରଣ ଓଡ଼ିଶା ପାଖରେ ସୁଦୀର୍ଘ ବେଳାଭୂମି ଓ ପାହାଡ ପର୍ବତ ଘେରା ପ୍ରାକୃତିକ ପରିବେଶ ରହିଛି।  ପ୍ରବାସୀ ଭାରତୀୟଙ୍କ ପ୍ରଚେଷ୍ଟା ଓ ସରକାରଙ୍କ ସହଯୋଗ ପର୍ୟ୍ୟଟେନ କ୍ଷେତ୍ରରେ ଓଡ଼ିଶାକୁ ଟୁରିଜିମ ଡେଷ୍ଟିନେସନର ନୂଆ ପରିଚୟ ଦେବ। ସେହିଭଳି ଆଗକୁ ଓଡ଼ିଶାକୁ ଏଫଡିଆଇ ନିବେଶ ଆସିବାର ସୁଯୋଗ ସୃଷ୍ଟି ହେବ।   

ଓଡ଼ିଶାର ଆତିଥେୟତାରେ ମୁଗ୍ଧ ହୋଇଛନ୍ତି ପ୍ରବାସୀ। ଏହାସହ ୨୦୩୬ରେ ବିକଶିତ ଓଡ଼ିଶା ପାଇଁ ନିଜର ଆଇଡିଆ ସେୟାର କରିଛନ୍ତି ପ୍ରବାସୀ। ଶିକ୍ଷା, ସ୍ବାସ୍ଥ୍ୟ, ଆଇଟି କ୍ଷେତ୍ରରେ ନିବେଶ ପାଇଁ ଦେଇଛନ୍ତି ଗ୍ରୀନ ସିଗନାଲ। ଯାହାଦ୍ବାରା, ଓଡ଼ିଶା କେବଳ ନିବେଶର ନୂଆ ନାଁ ସାଜିବନି। ବରଂ ବେକାରୀ ସମସ୍ୟାକୁ ଦୂର କରିବାରେ ସହାୟକ ହେବ। ଏହା ଓଡ଼ିଶାର ଅର୍ଥନୀତିକୁ ବଳ ଦେବ। 

ସମ୍ମିଳନୀ ସରିଲା, ପୂରା ବିଶ୍ବ ଓଡ଼ିଶାକୁ ଦେଖିଲା ଓ ଏହାର ଦକ୍ଷତା ବାବଦରେ ଜାଣିଲା। ସୁନେଲୀ ସ୍ବପ୍ନ ଦେଖାଇଲେ ପ୍ରବାସୀ।  ଏବେ ଅପେକ୍ଷା, ସମ୍ମିଳନୀରୁ ଓଡ଼ିଶାକୁ କଣ ସୁଫଳ ମିଳିବ ଓ କେତେ ଲାଭବାନ ହେବ ଓଡ଼ିଶା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe