କନକ ବ୍ୟୁରୋ : ତିନିଦିନିଆ ସମ୍ମିଳନୀରେ ପରିବେଶକୁ ନେଇ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ୪୦ରୁ ଅଧିକ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି,‘ କାଲି ପାଇଁ ଆମେ ସମେସ୍ତ ଆଜି ଏକାଠି ହୋଇଛେ । ପରିବେଶ କିପରି ସୁସ୍ଥ ରହିବ ସେ ଦିଗରେ ଆମ ସମେସ୍ତଙ୍କୁ ଅଣ୍ଟା ଭିଡ଼ିବାକୁ ହେବ ।’ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ତୃତୀୟ ଦିବସରେ ଅତିଥିଭାବେ ଯୋଗଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ‘ପୁନଶ୍ଚ ପୃଥିବୀ’ଗ୍ରାମ ପଞ୍ଚାୟତସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଗୋଟିଏ ଭଲ ପ୍ଲାଟଫର୍ମ ହୋଇ ଛିଡ଼ା ହେବାକୁ କରିଥିବା ଉଦ୍ୟମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ଏଥିସହିତ ଦିନକୁ ଦିନ ବଦଳୁଥିବା ପରିବେଶକୁ ନେଇ ପ୍ରଦୀପ କୁମାର ଜେନା କହିଛନ୍ତି, ‘‘ ଆମେ ବିଶ୍ବସ୍ତରୀୟ ଜଳବାୟୁ ପରିବର୍ତ୍ତନକୁ ଗ୍ରାମସ୍ତରରେ ପହଞ୍ଚାଇ ପାରିବା । ସମସ୍ତଙ୍କୁ ଏକାଠି କରି ଆମେ ଏକ ଜଳବାୟୁ ପ୍ରତିରୋଧୀ ବା କ୍ଲାଇମେଣ୍ଟ ଚେଞ୍ଜ କାମକୁ ପ୍ରଭାବୀ ଢ଼ଙ୍ଗରେ କରିବା ପାଇଁ ‘ପୁନଶ୍ଚ ପୃଥିବୀ’ ପରିକଳ୍ପନା ଏକ ବିଶ୍ବାସ ଯୋଗାଉଛି । ସାରା ବିଶ୍ବରେ କ୍ଲାଇମେଣ୍ଟ ସାଇନ୍ସକୁ ନେଇ ଅନେକ ଗବେଷଣା ଓ ମଡେଲିଂ ହେଉଛି । ମଡେଲିଂକୁ ନେଇ ଅନେକସ୍ତରରେ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ବି ହେଉଛି । ପରିବେଶ ପରିବର୍ତ୍ତନ ପ୍ରଥମତଃ ଆମର କୃଷି ଜୀବିକା ଉପରେ ବିଶେଷ ପ୍ରଭାବ ପକାଉଛି । ଆମେ ଆମର ପ୍ରାକୃତିକ ସମ୍ପଦକୁ ମନଇଚ୍ଛା ବ୍ୟବହାର କରି ଚାଲିଛୁ । ଏହାକୁ ଆଗାମୀ ଭବିଷ୍ୟତ ପାଇଁ ଗଚ୍ଛିତ ରଖିବାର ମନୋଭାବ କାହାରି ଆସୁନାହିଁ । ଏହାଦ୍ବାରା ଭିବଷ୍ୟତରେ ଆମେ ହିଁ ପ୍ରଭାବିତ ହେବା ସେ କଥା କେହି ଚିନ୍ତା ବି କରୁ ନାହାନ୍ତି ।
ବର୍ତ୍ତମାନ ପରିବେଶ ଭୟାବହ ସ୍ଥିତିରେ ପହଞ୍ଚିଲାଣି । ତେଣୁ ପ୍ରାକୃତିକ ସମ୍ପଦକୁ ବଞ୍ଚାଇ ରଖିବା ସହିତ ଗ୍ରୀନହାଉସ ଗ୍ୟାସକୁ କମ କରିବା ନିହାତି ଆବଶ୍ୟକ ହୋଇଗଲାଣି। ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ବି ଆମ ପରିବେଶ ପାଇଁ ବପଦ ସାଜିଛି । ମୁଁ କହିବି ମଣିଷର ଲୋଭ ହିଁ ବିଶ୍ବର ପରିସ୍ଥିକୁ ପରିବର୍ତ୍ତନ କରିଛି । ସମୟ ଥାଉଥାଉ ଆମ ସମସ୍ତଙ୍କୁ ଏ ପୃଥିବୀକୁ ବଞ୍ଚାଇବାକୁ ହେବ । ମୋ ମତରେ ପରିବେଶ ଉପରେ ଆଲୋଚନା କରିବା ପାଇଁ ଓଡ଼ିଶା ଏକ ସୁନ୍ଦର ସ୍ଥାନ । କାରଣ ଏହି ଓଡ଼ିଶା ମହାମାବତ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟକୁ ଅଙ୍ଗେ ନିଭେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/08/4-2025-10-08-16-07-39.jpg)