କନକ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ଓ ଧରାକୋଟ ଦଳିତ ଆକ୍ରମଣ, ଏହି ଦୁଇ ଘଟଣାକୁ ନେଇ ରାଜ୍ୟ ଏବେ ଉଠୁଛିପଡୁଛି । ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏଭଳି ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ଦଳ ବିଜେଡିର ପଦକ୍ଷେପ ପଛରେ ପଡ଼ିଥିବା ବେଳେ କଂଗ୍ରେସ ଆଗରେ ରହିଛି । ପ୍ରିୟଙ୍କା ଗାନ୍ଧି ଏକ୍ସ ହ୍ୟାଣ୍ଡେଲ୍ରେ ପୋଷ୍ଟ ସେୟାର କରିଛନ୍ତି । ଭୁବନେଶ୍ୱରରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଚୁପ ବସି ପଡୁଥିବାବେଳେ ଗ୍ରାଉଣ୍ଡରେ କଂଗ୍ରେସ ସକ୍ରିୟ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ଏଆଇସିସି ଓଡ଼ିଶାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇଲେ । ଏହି ଟିମ୍ ଗୋପାଳପୁର ଯାଇ ଗ୍ରାଉଣ୍ଡରେ ସ୍ଥିତି ଦେଖିଲେ, ରାଜ୍ୟ ସରକାରଙ୍କୁ ଘେରିଲେ । ଏବେ ଏହି ଟିମ୍ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦେବେ ।
ଜୁଲାଇରେ ଓଡ଼ିଶା ଆସିବେ ରାହୁଲ
ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା
ଧରାକୋଟରେ ଦୁଇ ଦଳିତ ଯୁବକଙ୍କୁ ଆକ୍ରମଣ ଘଟଣାରେ ବି କଂଗ୍ରେସ ସକ୍ରିୟ ରହିଛି । ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ଘଟଣାକୁ ନିନ୍ଦା କରିଛନ୍ତି । କହିଛନ୍ତି ଏହା ଅମାନବୀୟ ନୁହେଁ, ବରଂ ମନୁବାଦୀ ବିଚାରଧାରାର ବର୍ବରତା । ଏଆଇସିସି ନିର୍ଦ୍ଦେଶରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବି ଗଠିତ ହୋଇଛି । ଅର୍ଥାତ ରାହୁଲ ଓ ପ୍ରିୟଙ୍କାଙ୍କ ଫୋକସ୍ରେ ଅଛି ଓଡ଼ିଶା । ଭକ୍ତ ଦାସ ପିସିସି ସଭାପତି ହେବା ପରେ ଦଳକୁ ସଞ୍ଜୀବନି ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଜୁଲାଇରେ ଦିଲ୍ଲୀ ନେତାଙ୍କୁ ଧରି ଓଡ଼ିଶା ଆସୁଛନ୍ତି । ପ୍ରମୁଖ ପ୍ରସଙ୍ଗରେ କଂଗ୍ରେସ ସକ୍ରିୟ ରହିଥିବାବେଳେ ନବୀନ ସ୍ୱାସ୍ଥ୍ୟଗତ କାରଣରୁ ମୁମ୍ବାଇ ଯିବା ଓ ବିଜେଡିର ଧୀର ଗତି ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ହୋଇଛି ।
ଭକ୍ତ ଦାସ ପିସିସି ସଭାପିତ ହେବା ପରେ ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଛି କଂଗ୍ରେସ । କିନ୍ତୁ ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ଯେମିତି ଆକ୍ରାମକ ହେବା କଥା ସେମିତି ଦେଖିବାକୁ ମିଳୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/24/congress-2025-06-24-20-09-30.jpg)