କନକ ବ୍ୟୁରୋ : ବେଧଡ଼କ ନିଶା କାରବାର,ନାକେଦମ ପୁଲିସ । ସାରା ରାଜ୍ୟର ପୁଲିସ ନିଶା ମାଫିଆଙ୍କ ପାଇଁ ଚାପରେ ରହୁଛି । ପୁଲିସ ଫେଲ୍ ବି ମାରୁଛି । ଆଉ ଏହାରି ଭିତରେ ଆକ୍ସନ ମୋଡ଼କୁ ଆସିଛି STF । ଆରମ୍ଭ ହୋଇଛି ଅପରେସନ I କେମିତି ରହିଛି ସ୍କୁଲ କଲେଜ ନିକଟରେ ସ୍ପେଶାଲ ଟାସ୍କଫୋର୍ସର ଜିରୋ ଟଲେରାନ୍ସ ପଲିସି ? ନାକରେ ପାଣି ପିଇଲାଣି ପୁଲିସ । ଗଳିକନ୍ଦିରେ ବୁଲୁଛନ୍ତି ନିଶାଡ଼ି,ବେଧଡ଼କ ଚାଲିଛି ନିଶା କାରବାର । ଏ ସବୁକୁ ରୋକିବାରେ ଫେଲ୍ ମାରିଛି ପୁଲିସ, ଆକ୍ସନ ମୋଡ଼ରେ ସ୍ପେଶାଲ ଟାସ୍କ ଫୋର୍ସ । ସରିଛି ତାଲିକା, ଖୋଜା ଚାଲିଛି କେସ ହିଷ୍ଟ୍ରି । ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ସାବାଡ଼ ପାଇଁ ପ୍ରସ୍ତୁତ ହୋଇଛି ତାଲିକା । ମିଶନ ଆଣ୍ଟି ଡ୍ରଗ୍ସ ଅପରେସନକୁ ବ୍ୟାପକ କରିଛି STF । କିଛି ଦିନ ତଳେ ସହର ଭିତରେ ଯୁବପିଢ଼ିଙ୍କ ଜୀବନ ସହ ଖେଳୁଥିବା କିଛି ଦୋକାନରେ ଛାପା ମାରିଥିଲା STF । ଆଉ ଏବେ ରାଜଧାନୀ ନୁହେଁ ବରଂ ସାରା ରାଜ୍ୟରେ ହେବ ଚଢ଼ାଉ । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ବସ୍ତି, ଖଟି, ଆଡ୍ଡା ସ୍ଥଳୀରେ ଜଗିଛନ୍ତି ସାଦା ପୋଷାକଧାରୀ । ରାଜ୍ୟରେ ବଢ଼ିଚାଲିଥିବା ନିଶା କାରବାରରେ ରୋକ ଲଗାଇବା ପାଇଁ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଚାଲିବ ମାରାଥନ ରେଡ୍ । 

Advertisment

ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ସାରା ଦେଶରେ ହଲଚଲ ସୃଷ୍ଟି କରିଥିଲା । ଓଡ଼ିଶା ଗଞ୍ଜେଇର ଚାହିଦା କେମିତି ବଲିଉଡ଼ରେ ଛାଇ ଯାଇଥିଲା ତାହା ଦେଖିବାକୁ ମିଳିଥିଲା । ଆଉ ଏବେ ଓଡ଼ିଶାରେ ଥାଇଲ୍ୟାଣ୍ଡର ସିନ୍ଥେଟିକ୍ ଡ୍ରଗ୍ସ ଓ ମାରିଜୁଆନା ଓ କୋକେନ୍ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନୋଡାଲ ଏଜେନ୍ସି ଭାବେ STF , ଏହାର ଓଡ଼ିଶା ଲିଙ୍କ୍ ଖୋଜିବା ଆରମ୍ଭ କରିଛି । ନିଶା ମାଫିଆଙ୍କୁ ଖୋଜିବାକୁ NCB, DRI ସହ ଲିଙ୍କରେ ରହିଛି STF । ସେପଟେ ଆନ୍ତଃରାଜ୍ୟ ମାଫିଆଙ୍କ ଯାତକ ଖୋଜିବା ପାଇଁ ଅନ୍ୟ ରାଜ୍ୟ STF ର ସାହାଯ୍ୟ ନିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚାଲୁଥିବା ଆଣ୍ଟି ଡ୍ରଗ୍ସ ଅପରେସନ ୧୫ ଦିନ ତଳୁ ଚାଲୁଥିବା ବେଳେ ଆଗକୁ ଏହାକୁ ଆହୁରି ବ୍ୟାପକ କରାଯିବ । କିଛିଦିନ ତଳେ ରେକର୍ଡ ପରିମାଣର କଫସିରପ୍ ଜବତ କରି ମାଫିଆଙ୍କୁ ଘାଇଲା କରିଛି STF ।