କନକ ବ୍ୟୁରୋ : ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ସାମ୍ନାକୁ ଆସିଛି । ପୂର୍ବପେକ୍ଷା ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଥର ଗଣତି ହେଉଥିବା ବେଳେ ୪୭ ବନଖଣ୍ଡରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ବାଘଙ୍କ ସଂଖ୍ୟା । ୨୦୨୨ରେ ଏହି ସଂଖ୍ୟା ୫୬୮ ଥିବା ବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୬୯୬ରେ ପହଞ୍ଚିଛି ।
- ଶିମିଳିପାଳରେ ଅଛନ୍ତି ସର୍ବାଧିକ କଲରାପତରିଆ ବାଘ
- ସାତକୋଶିଆରେ ୧୫୦ରୁ ଅଧିକ ଓ ଡେବ୍ରିଗଡରେ ୫୦ରୁ ଅଧିକ କଲରାପତରିଆ ବାଘ
- ଢେଙ୍କାନାଳ ବନଖଣ୍ଡରେ ୨୦ରୁ ଅଧିକ କଲରାପତରିଆ ବାଘ ରହିଛନ୍ତି
କଲରାପତରିଆ ବାଘଙ୍କ ସଂଖ୍ୟା ବୃଦ୍ଧି ସହ ଶିକାର ମଧ୍ୟ ବଢୁଛି । ଯେଉଁଥିରେ ରୋକ ଲଗାଇବାକୁ ଶିକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଗତ ୫ ବର୍ଷ ମଧ୍ୟରେ ବନ୍ୟପ୍ରାଣୀ ଓ ମଣିଷ ସଂଘର୍ଷରେ ୮୬୦ ଲୋକଙ୍କ ଜୀବନ ଯାଇଛି । ତେଣୁ ଜନସାଧାରଣଙ୍କ ଜୀବନ ସୁରକ୍ଷିତ ରଖିବାକୁ ଅଭୟାରଣ୍ୟରୁ ସ୍ୱେଚ୍ଛାକୃତ ଗ୍ରାମ ସ୍ଥାନାନ୍ତରଣ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଯେଉଁଥିରେ,
- ଅଭୟାରଣ୍ୟ ପରିସରରୁ ସ୍ଥାନାନ୍ତରିତ ହେଲେ ପରିବାର ପିଛା ମିଳୁଛି ୨୦ ଲକ୍ଷ ସହାୟତା
- ଘରଡିହ ଜମି ସହ ୧୫ ଲକ୍ଷ ମଧ୍ୟ ନେଇପାରିବେ ସ୍ଥାନାନ୍ତରିତ ପରିବାର
- ସାତକୋଶିଆ ଅଭୟାରଣ୍ୟରୁ ୬ଟି ଗାଁ ସ୍ୱେଚ୍ଛାକୃତ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି
- ଶିମିଳିପାଳରୁ ସ୍ଥାନାନ୍ତରିତ ଗ୍ରାମବାସୀଙ୍କୁ ବାରିପଦା ଓ ଖୁଣ୍ଟା ରାସ୍ତାରେ ଥଇଥାନ ପାଇଁ ଜାଗା ଚିହ୍ନଟ
- ସାତକୋଶିଆରୁ ସ୍ଥାନାନ୍ତରିତ ଗ୍ରାମବାସୀଙ୍କ ପାଇଁ ସାତକୋଶିଆ-ନରସିଂହପୁର ସୀମାରେ ଜାଗା ଚିହ୍ନଟ
ଖୁବଶୀଘ୍ର ସାତକୋଶିଆକୁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଆସିବ ବାଘ । ତେବେ ଏହାପୂର୍ବରୁ ସାତକୋଶିଆର କୋର ଏରିଆ ସମ୍ପୂର୍ଣ୍ଣ ଫାଙ୍କା ହୋଇଥିବା ବେଳେ ବଫର ଜୋନରେ କିଛି ଗାଁ ରହିଛି । ଯାହାକୁ ଖୁବଶୀଘ୍ର ଖାଲି କରାଯିବ ।