ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଜା । ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ।

Advertisment

ମାହାଙ୍ଗା ଡବଲ ମର୍ଡର ଘଟଣା। ୯ ଅଭିଯୁକ୍ତ ପାଇଲେ ଆଜୀବନ କାରାଦଣ୍ଡାଦେଶ। ପ୍ରମାଣ ଅଭାବରୁ କିନ୍ତୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ

ମାହାଙ୍ଗା ଡବଲ ମର୍ଡର ଘଟଣା। ୯ ଅଭିଯୁକ୍ତ ପାଇଲେ ଆଜୀବନ କାରାଦଣ୍ଡାଦେଶ। ପ୍ରମାଣ ଅଭାବରୁ କିନ୍ତୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ

murder_1

କନକ ବ୍ୟୁରୋ: ୨୦୨୧ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ କରା ଦଣ୍ଡାଦେଶ କରିଛନ୍ତି ସାଲେପୁର ଏଡିଜେ କୋର୍ଟ । ଭିକାରୀ ଚରଣ ସ୍ୱାଇଁ, ଲଳିତ ମୋହନ ପ୍ରଧାନ, ଇତିଶ ଆଚାର୍ୟ୍ୟ, କୈଳାସ ଖଟୁଆ, ପ୍ରମୋଦ ବିଶ୍ୱାଳ, ମଳୟ ବାରିକ, ଚୈତନ୍ୟ ସେଠୀ, ପଞ୍ଚାନନ ସେଠୀ ଓ ଉମେଶ ଖଟୁଆ । ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ଅରବିନ୍ଦ ଖଟୁଆଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । 
 
ମାହାଙ୍ଗା ଡବଲ ମର୍ଡର, ୨୦୨୧ ଜାନୁଆରୀ ୨ ତାରିଖରେ ମହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ୍ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ହେଲେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଫେରାର ଥିଲା । ଏକ ଟ୍ରକ ଦୁର୍ଘଟଣାରେ ତାର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ ପୋଲିସ । ମାମଲାର ୧୩ ନମ୍ୱର ମୁଦାଲା ବିଜେଡି ନେତା ପ୍ରତାପ ଜେନା । 

ଘଟଣାରେ ବିଜେଡି ନେତା ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା। ତେବେ ପୁଲିସ, ଚାର୍ଜସିଟରେ ପ୍ରତାପଙ୍କ ନାଁକୁ କାଟି ଦେଇଥିବା ଅଭିଯୋଗ କରି ମୃତ କୁଳମଣିଙ୍କ ପୁଅ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ। ଏହାର ଶୁଣାଣି କରି କୋର୍ଟ, ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ପରେ ତାଙ୍କୁ ୧୩ ନମ୍ବର ମୁଦାଲା କରିଥିଲା ପୁଲିସ। ଏହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରତାପ ଜେନା। ମାମଲାର ଶୁଣାଣି ସାରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe