ରେଳବାଇରେ ଓଡ଼ିଶାର ବଡ଼ ଆଶା,  ମିଳିବ କି ନୂଆ ପ୍ରକଳ୍ପ ଓ ସ୍ୱତନ୍ତ୍ର ପ୍ୟାକେଜ?

Advertisment

୨୦ ସାଂସଦ ଓ ୩ ପାୱାରଫୁଲ କେନ୍ଦ୍ରମନ୍ତ୍ରୀ ଥିବାରୁ ଅଧିକ ଆଶା ରଖିଛି ଓଡ଼ିଶା । ଅର୍ଥମନ୍ତ୍ରୀଙ୍କ ପାଖରେ ୯ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି ରାଜ୍ୟ ସରକାର । ଡବଲ ଇଞ୍ଜିନ ସରକାରରେ ରେଲୱେରେ ରେଡର୍କ ଅନୁଦାନ ମିଳିବା ଆଶା ।

୨୦ ସାଂସଦ ଓ ୩ ପାୱାରଫୁଲ କେନ୍ଦ୍ରମନ୍ତ୍ରୀ ଥିବାରୁ ଅଧିକ ଆଶା ରଖିଛି ଓଡ଼ିଶା । ଅର୍ଥମନ୍ତ୍ରୀଙ୍କ ପାଖରେ ୯ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି ରାଜ୍ୟ ସରକାର । ଡବଲ ଇଞ୍ଜିନ ସରକାରରେ ରେଲୱେରେ ରେଡର୍କ ଅନୁଦାନ ମିଳିବା ଆଶା ।

Budget session

Budget session Photograph: (KanakNews)

କନକ ବ୍ୟୁରୋ: ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ କରିବାକୁ ଥିବା ବେଳେ ରେଳ ବଜେଟ ଉପରେ ରହିଛି ଓଡ଼ିଶାର ନଜର । ବିଗତ ବର୍ଷ ଗୁଡ଼ିକରେ ଓଡ଼ିଶାକୁ ରେଲବାଇ କ୍ଷେତ୍ରରେ ଅଧିକ ବଣ୍ଚନ ହୋଇ ଆସୁଛି। ରେଳମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ ଏଥର ଗୃହ ରାଜ୍ୟ ପାଇଁ କେତେ ଅଧିକ ଆବଣ୍ଟିତ କରାଇବେ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । କେନ୍ଦ୍ର ବଜେଟ ଠାରୁ ରେଲବାଇ ବଜେଟରେ ଅଧିକ ଅନୁଦାନର ଆଶା ରଖିଛି ଓଡ଼ିଶା । ରେଳମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ ରାଜ୍ୟକୁ କେତେ ଅର୍ଥର ଅନୁଦାନ ଦେବେ? ତା ଉପରେ ସମସ୍ତଙ୍କ ନଜର ରହିଛି । 
 
ପୂର୍ବ ବର୍ଷ ଗୁଡ଼ିକରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିଥିବାରୁ ଏଥର ସ୍ୱାଭାବିକ ଭାବେ ଆଶା ବଢ଼ିଛି । 
୨୦୨୫-୨୬ ଆର୍ଥିକ ବର୍ଷରେ ୧୦, ୫୯୯ କୋଟି ଟଙ୍କାର ଅନୁଦାନ  
୨୦୨୪-୨୫ ଆର୍ଥିକ ବର୍ଷରେ  ୧୦, ୫୩୬ କୋଟି ଟଙ୍କାର ଅନୁଦାନ 

ଅଧିକ ପଢନ୍ତୁ:  ବଜେଟ୍ ପାଇଁ ବିଜେପିର ବଡ଼ ଯୋଜନା : ୧୫୦ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ନିୟୋଜିତ

୨୦୨୩-୨୪ ଆର୍ଥିକ ବର୍ଷରେ  ୧୦, ୦୧୨ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ କେନ୍ଦ୍ର ସରକାର। ପୂର୍ବରୁ ଉପା ସରକାର ସମୟରେ ଓଡ଼ିଶାକୁ ୮୩୮ କୋଟି ଟଙ୍କା ରେଳବାଇ ଅନୁଦାନ ମିଳିଥିଲା । ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରାଜସ୍ୱ ଯୋଗାଉଥିଲେ ମଧ୍ୟ ଓଡ଼ିଶାକୁ ରେଳବାଇରେ ଅବହେଳାର ଶିକାର ହେଉଥିଲା  କିନ୍ତୁ ଏନଡିଏ ସରକାରରେ ଟ୍ରେଣ୍ଡ ବଦଳିଥିବାରୁ ଓଡ଼ିଶାର ଆଶାକୁ ବଢ଼ାଇଛି । 
  ଅନୁଦାନ ଆସୁଛି, କାମ ସରୁନି
   ଅଧପନ୍ତରିଆ ଏକାଧିକ ପ୍ରକଳ୍ପ 
ଓଡ଼ିଶାକୁ ରେଲବାଇ କ୍ଷେତ୍ରରେ ଅନୁଦାନ ଆସୁଛି। କିନ୍ତୁ ବହୁ ରେଳ ପ୍ରକଳ୍ପ କାମ ଧାର୍ଯ୍ୟ ସମୟରେ ସରୁ ନାହିଁ। ବର୍ଷ ବର୍ଷ ଧରି ପଡ଼ି ରହିଛି ରେଳପଥ ନିର୍ମାଣ କାର୍ଯ୍ୟ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଏହାର ଏକ ଜ୍ୱଳନ୍ତ ଉଦାହରଣ। ବୌଦ୍ଧ ଯାଏଁ ରେଳପଥ କାମ ସରିଛି। ସେପଟେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଲ ନେଟୱାର୍କରେ ଯୋଡ଼ିବାକୁ ଦାବି ତେଜିଲାଣି। କେନ୍ଦ୍ରାପଡ଼ାରେ ୱାନୱେ ରୁଟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି ।  ପୂର୍ବ ବଜେଟ୍‌ ତୁଳନାରେ ଏଥର ଓଡ଼ିଶାକୁ ରେଳବାଇରେ କେତେ ଅଧିକ ପାଣ୍ଠି ମିଳିବ? ଓଡ଼ିଶାକୁ କିଛି ନୂଆ ରେଳବାଇ ପ୍ରକଳ୍ପ ମିଳିବ କି? ଓଡ଼ିଶା ପାଇଁ ରେଲୱେ ପ୍ୟାକେଜ ଉପରେ ରାଜ୍ୟବାସୀଙ୍କ ନଜର ରହିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe