କନକ ବ୍ୟୁରୋ: ଉତ୍କର୍ଷ ଓଡିଶା କନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । କହିଲେ, ୨୦୨୫ ଜାନୁଆରୀରେ ଏହା ମୋର ଦ୍ବିତୀୟ ଗସ୍ତ । ପ୍ରବାସୀ ଭାରତୀୟ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲି । ରାଜ୍ୟ ସରକାରଙ୍କ ଏଭଳି ଆୟୋଜନକୁ ଧନ୍ୟବାଦ । ପୂର୍ବ ତୁଳନାରେ ୬ ଗୁଣା ଅଧିକ ଶିଳ୍ପପତି ସାମିଲ । ଇତିହାସ ସାକ୍ଷୀ ଅଛି ଗ୍ଲୋବାଲ ଗ୍ରୋଥରେ ଯେତେବେଳେ ଭାରତର ଅଂଶ ରହିଥିଲା ସେତେବେଳେ ପୂର୍ବ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ପୂର୍ବ ଭାରତରେ ଦେଶର ବଡ ବଡ ଇଣ୍ଡଷ୍ଟ୍ରିଆଲ ହବ୍ ଥିଲା । ଓଡିଶା ସାଉଥ ଇଷ୍ଟ ଏସିଆରେ ହେବାକୁ ଥିବା ଟ୍ରେଡର ପ୍ରମୁଖ ସେଣ୍ଟର ଥିଲା । ଏହାର ପ୍ରାଚୀନ ପୋର୍ଟ ଭାରତର ଗେଟଓ୍ବେ ଥିଲା । ସେହିପରି କଟକର ଐତିହାସିକ ବାଲିଯାତ୍ରା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାରେ ଏହା ସବୁଠାରୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳୀ ବୋଲି ବି କହିଛନ୍ତି । 

Advertisment

ମୋଦୀ କହିଛନ୍ତି କି, ନିକଟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ । ସିଙ୍ଗାପୁର ଓଡିଶା ସହ ସମ୍ପର୍କକୁ ନେଇ ବହୁତ ଉତ୍ସାହିତ । ଆଜି ଏହି କ୍ଷେତ୍ରରେ ସମ୍ଭାବନାର ଏତେ ଦ୍ୱାର ଖୋଲିଛି, ଯାହା ସ୍ବାଧୀନତା ପରେ କେବେ ଖୋଲିନଥିଲା । ଆଜି ଏଠାରେ ଥିବା ସମସ୍ତ ନିବେଶକଙ୍କୁ ମୁଁ ଆହ୍ବାନ କରୁଛି । ଏହି ସମୟ ଅଛି ଆଉ ଏହା ସଠିକ ସମୟ ଅଛି । ଓଡିଶାର ଏହି ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା । ଏହା ମୋଦୀର ଗ୍ୟାରେଣ୍ଟି । ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀଙ୍କ ଡିଏନଏରେ ଓଡଶା ରହିଛି । ମୋ ସହ କଥା ହେଲା ବେଳେ କହିଛନ୍ତି ରାଷ୍ଟ୍ରପତି । 

ଓଡିଶା ଅସାଧାରଣ ଅଟେ, ଓଡିଶା ନୂଆ ଭାରତର ଆଶାର ପ୍ରତୀକ । ଓଡିଶାରେ ସୁଯୋଗ ରହିଛି । ଏଠାକାର ଲୋକମାନେ ସବୁବେଳେ ଭଲ ପ୍ରଦର୍ଶନର ଜୁନୁନ ଦେଖାଇଛନ୍ତି । ଗୁଜରାଟରେ ମୁଁ ଓଡିଶାରୁ ଆସୁଥିବା ଲୋକଙ୍କ କୌଶଳ ତାଙ୍କ ପରିଶ୍ରମକୁ ମୁଁ ନିଜେ ଅନୁଭବ କରୁଛି । ଆଜି ଯେତେବେଳେ ଓଡିଶାରେ ସୁଯୋଗ ସୃଷ୍ଟି ହେବ, ମୋର ପୂରା ବିଶ୍ବାସ ଓଡିଶା ବିକାଶର ବହୁତ ଉଚ୍ଚତାରେ ପହଞ୍ଚିବ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ । 

ସେ ଆହୁରି କହିଥିଲେ, ମୋତ ଖୁସି ଲାଗୁଛି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୂରା ଟିମ ଓଡିଶାର ବିକାଶକୁ ଦ୍ରୁତ ଗତି ଦେବାରେ ଲାଗିଛନ୍ତି । ଫୁଡ ପ୍ରୋସେସିଙ୍ଗ, ପାଟ୍ରୋକେମିକାଲ, ଫିସରିଜ୍, ଆଇଟି, ଟେକ୍ସଟାଇଲ ,ଟୁରିଜିମ ଏଭଳି ବିକାଶରେ ଓଡିଶା ଭାରତର ଆଗୁଆ ରାଜ୍ୟମାନ ଭିତରେ ଗୋଟିଏ । ଭାରତ ଆଜି ବହୁତ ଦ୍ରୁତ ଗତିରେ ଦୁନିଆରେ ତୃତୀୟ ଅର୍ଥନୀତି ହେବାକୁ ଆଗକୁ ବଢୁଛି । ଗତ ଦଶକରେ ଉତ୍ପାଦନ କ୍ଷେତ୍ରରେ ଭାରତର ଶକ୍ତି ସାମ୍ନାକୁ ଆସୁଛି । ଏବେ ଭାରତର ଅର୍ଥନୀତି ବିକାଶର ଦୁଇଟି ବଡ ପିଲାର ଅଛି ତାହା ହେଲା ଆମର ସମସ୍ତ ଅଭିନବ ସେକ୍ଟର, ଆଉ ଭାରତର ଗୁଣବତ୍ତାପୂର୍ଣ୍ଣ ଉତ୍ପାଦକ । 

ଏବେ ଭାରତ ବଦଳୁଛି । ଏଠାରେ ସମୁଦ୍ରରୁ ସାମୁଦ୍ରିକ ଖାଦ୍ୟ ବାହାରି ପ୍ରୋସେସ ହେଇ ବଜାରରେ ପହଞ୍ଚିବ । ଓଡିଶାରେ ବି ଯେଉଁ ସାମଗ୍ରୀ ଅଛି, ତା ସହ ଜଡିତ ଇଣ୍ଡଷ୍ଟ୍ରି ବି ଏହିଠାରେ ହେଉ । ଏହି ଦିଗରେ ଆମ ସରକାର କାମ କରୁଛି । ଆଜିର ଏହି ଉତ୍କର୍ଷ ଓଡିଶାର କନକ୍ଲେଭ ଏହାକୁ ସାକାର କରିବାର ଏକ ମାଧ୍ୟମ । ଆମକୁ ସମୟ ହସିବାରେ ନିଜକୁ ବଦଳାଇ ତାହା ହିସାବରେ କାମ କରିବାକୁ ହେବ । ଏହି ଚିନ୍ତାଧାରାରେ ଭାରତ ଗ୍ରୀନ ଫ୍ୟୁଚର, ଗ୍ରୀନ ଟ୍ୟାଗ ଉପରେ ଅଧିକ ଫୋକସ କରୁଛନ୍ତି । ଆଜି ଦେଶରେ ଆମେ ରାଷ୍ଟ୍ରିୟସ୍ତରରେ ଗ୍ରୀନ ହାଇଡ୍ରୋଜେନ ମିଶନ ଓ ସୋଲାର ପାଓ୍ବାର ମିଶନ ଆରମ୍ଭ ହୋଇଛି । ଓଡିଶାରେ ବି ନବୀକରଣ ଉର୍ଜାକୁ ପ୍ରମୋଟ କରିବାକୁ ପଲିସି ଆରମ୍ଭ ହେଉଛି ବୋଲି ମୋଦୀ କହିଥିଲେ ।