କନକ ବ୍ୟୁରୋ : ଗଜପତି ଜିଲ୍ଲା ରାୟଗଡ଼ ବ୍ଳକରେ ହୋଇଥିବା ଭୂସ୍ଖଳନ ଘଟଣା । ଏବେବି ନିଖୋଜ ବାପ ପୁଅଙ୍କର ପତ୍ତା ମିଳୁନି । ୨ ତାରିଖ ଅପରାହ୍ନ ୨ଟାରୁ ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ମାଟି ତଳେ ଚାପି ହୋଇଯାଇଥିଲେ । ପୁଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ ସମସ୍ତେ ଖୋଜାଖୋଜି ଚଳାଇଛନ୍ତି । କିନ୍ତୁ ବାପ ପୁଅଙ୍କର ପତ୍ତା ମିଳନି । ପୂର୍ବରୁ ଭୂସ୍ଖଳନରେ ୨ ଜଣଙ୍କର ମୃତ୍ୟୁ ହୋଇସାରଛି ।
ଭୂସ୍ଖଳନ ସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଜେସିବି ମେସିନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ଗତ ରାତିରେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇନଥିଲା । ଆଜି ସକାଳୁ ଅଗ୍ନିଶମ, ପୋଲିସ ଏବଂ ଓଡ୍ରାଫ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ କରଯାଇଛି ।
ଆଜି ଭୂସ୍ଖଳନ ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ । ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଯେଉଁ ସ୍ଥାନରେ ମାଟି ଧସିଥିଲା, ସେହି ସ୍ଥାନକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଉଦ୍ଧାରକାରୀ ଟିମ୍ ସହ ମଧ୍ୟ କଥା ହୋଇଛନ୍ତି ।
ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ ମହାପାତ୍ର ଗତକାଲି ଘଟଣାସ୍ଥଳକୁ ଯାଇଥିଲେ । କେଉଁ ପରିସ୍ଥିତିରେ ମାଟି ଧସିଲା, କେମିତି ଚାପି ହୋଇଗଲେ ବାପ ପୁଅ କାର୍ତ୍ତିକ ଓ ରାଜୀବ ଶବର, ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପରିବହନ ମନ୍ତ୍ରୀ ବିଭୂତି ଜେନା ଭୂସ୍ଖଳନ ସ୍ଥଳକୁ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/04/gajapati-landslide-2025-10-04-20-23-05.jpg)