କନକ ବ୍ୟୁରୋ: ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ । ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ ବୋଲି ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ମେଡ଼ିକାଲ କଲେଜରେ ଅଧ୍ୟାପକଙ୍କ ସଂଖ୍ୟା କମ୍ ଥିବାବେଳେ ଏଣିକି ଅବସରପ୍ରାପ୍ତ ଅଧ୍ୟାପକ ପାଠ ପଢ଼ାଇବେ । ଦେଶ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅନଲାଇନରେ ପାଠ ପଢାଇବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ତାଳଚେର ଓ କନ୍ଧମାଳରେ ପାଇପଲାଇନରେ ମେଡ଼ିକାଲ କଲେଜ ଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।
ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ । ଅବସର ପରେ ପାଠ ପଢ଼ାଇବେ ଅଧ୍ୟାପକ ।
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ । ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।