ନୂଆ ସରକାର ବଦଳାଇଲେ ଅବଢ଼ା ଯୋଜନା । ମଠ ମନ୍ଦିର ପାଇଁ ନୂଆ ଯୋଜନା ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ।

Advertisment

ପୁରାତନ ମଠ ମନ୍ଦିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଂଟ । ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁର ଯୋଜନା କାର୍ୟ୍ୟକାରୀ କରିବେ ସରକାର । 

ପୁରାତନ ମଠ ମନ୍ଦିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଂଟ । ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁର ଯୋଜନା କାର୍ୟ୍ୟକାରୀ କରିବେ ସରକାର । 

21sss

କନକ ବ୍ୟୁରୋ: ମଠ ମନ୍ଦିର ପାଇଁ ନୂଆ ଯୋଜନା ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ । ପୁରାତନ ମଠ ମନ୍ଦିର ଗୁଡିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁରେ ସରକାର ଏକ ନୂଆ ଯୋଜନା ଆଣୁଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁ ମଠ ମନ୍ଦିରଗୁଡିକର ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ରହିଛି । ସେଗୁଡ଼ିକୁ ଅଗ୍ରାଧିକାର ଦିଆଯିବ । ଯୋଜନାକୁ ନେଇ ନିର୍ଦ୍ଦିଷ୍ଟ ରୂପରେଖ ଖୁଵଶୀଘ୍ର ସ୍ପଷ୍ଟ ହେବ । ଓଡ଼ିଶାର ସଂସ୍କୃତି ସହ ଯେଉଁ ମଠ ମନ୍ଦିର ଜଡିତ ଅଛି ସେଗୁଡିକର ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ସରାକର ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛନ୍ତି ।  ନିଶ୍ଚିତ ତାହା କରିବେ । ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା କିନ୍ତୁ ବର୍ତ୍ତମାନ ସରକାର ଆଣିବାକୁ ଯାଉଥିବା ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ଯୋଜନାରେ ଅନେକ କଥା ରହିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe