କନକ ବ୍ୟୁରୋ: ୧୯ ତାରିଖରୁ ଖରିଫ ଧାନ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ପଞ୍ଜୀକରଣ ଚାଲିଛି । ନିୟମ ଅନୁସାରେ ଧାନ ବିକ୍ରି କରିବାକୁ ହେଲେ ଚାଷ ଜମିର ପଟ୍ଟାରେ ନିଜ ନାମ କିମ୍ବା ବାପାଙ୍କ ନାଁ ଥିବା ଆବଶ୍ୟକ । କିନ୍ତୁ କେତେକ ସ୍ଥାନରେ ଜମି ପଟ୍ଟାରେ ସାମାନ୍ୟ ସମସ୍ୟା ପାଇଁ ଚାଷୀ ପଞ୍ଜୀକରଣ କରିପାରୁନଥିବା ଅଭିଯୋଗ ହୋଇଛି । ସେପଟେ ନୂଆପଡ଼ାରୁ ମଧ୍ୟ ଆସିଛି ସମାନ ଅଭିଯୋଗ । ପଞ୍ଜୀକରଣକୁ ସରଳୀକରଣ କରାଯାଇଥିବା ସରକାର କହୁଥିଲେ ବି ଅନେକ ଚାଷୀ ସମସ୍ୟାରେ ପଡ଼ିଥିବା ଅଭିଯୋଗ କରିଛନ୍ତି ।
- ସବୁ ଚାଷୀଙ୍କର ହେବ ଇ-କେୱାଇସି
- ସରଳୀକରଣ ହେଲା ପଞ୍ଜୀକରଣ ପ୍ରକ୍ରିୟା
ନକଲି ଚାଷୀଙ୍କୁ ରୋକିବାକୁ ରାଜ୍ୟର ସମସ୍ତ ଚାଷୀଙ୍କ ଇ-କେୱାଇସି କରିବେ ସରକାର । ଏନେଇ ସୂଚନା ଦେଇ ଯୋଗାଣ ମନ୍ତ୍ରୀ କହିଛନ୍ତି, ଅନେକ ନକଲି ଚାଷୀ ସରକାରୀ ସୁବିଧା ନେଉଥିବା ନଜରକୁ ଆସିବା ପରେ ବିଭାଗ ଏହି ପଦକ୍ଷେପ ନେଇଛି । ଦଲାଲି ରୋକିବାକୁ ବିଭାଗ ଏପରି ପଦକ୍ଷେପ ନେଇଛି । ଏଥିସହ ବାପା କି ଜେଜେ ବାପାଙ୍କ ନାମରେ ଜମି ଥିଲେ ବି ପୁଅ ମାନେ ପଞ୍ଜୀକରଣ କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଧାନର ଏମଏସପି ୩୧ଶହ ଟଙ୍କା ହୋଇଥିବାରୁ ଚଳିତ ବର୍ଷ ବହୁ ଦଲାଲ, ଚାଷୀ ସାଜି ପଞ୍ଜୀକରଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/07/22/farmer-tension-2025-07-22-20-19-41.jpg)