ଅଗଷ୍ଟ ୩୧ରେ ଘୋଷଣା ହେବ ନୂଆ NAC, ବଡ଼ କଥା କହିଲେ ନଗର ଉନ୍ନୟନ ମନ୍ତ୍ରୀ

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ଘୋଷଣା । କହିଲେ ରାଜ୍ୟରେ, ସହରୀକରଣକୁ ପ୍ରତ୍ସୋହନ ଦିଆଯିବ । ଏବେ ମାତ୍ର ୧୭ପ୍ରତିଶତ ସହରୀକରଣ ସୀମିତ ରହିଥିବାବେଳେ ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି କରାଯିବ ।

08-New NAC

କନକ ବ୍ୟୁରୋ: ଅଗଷ୍ଟ ୩୧ରେ ସରକାର ଘୋଷଣା କରିବେ ନୂଆ ଏନଏସି ଓ ମ୍ୟୁନିସିପାଲଟି । ବିକଶିତ ଓଡିଶା ୨୦୩୬ ମଞ୍ଚରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ଘୋଷଣା । କହିଲେ ରାଜ୍ୟରେ, ସହରୀକରଣକୁ ପ୍ରତ୍ସୋହନ ଦିଆଯିବ । ଏବେ ମାତ୍ର ୧୭ପ୍ରତିଶତ ସହରୀକରଣ ସୀମିତ ରହିଥିବାବେଳେ ଏହାକୁ ୪୦ପ୍ରତିଶତକୁ ବୃଦ୍ଧି କରାଯିବ ।   

ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରିବାରେ ପ୍ରତାରଣା ହୋଇଛି । ସାଲେପୁର ବାସୀଙ୍କୁ ପ୍ରତାରଣା କରିଛନ୍ତି ପୂର୍ବ  ସରକାର। ବହୁତ ଜଲଦି ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସାଲେପୁର ବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ସାଲେପୁର ବିଜେପି ପକ୍ଷରୁ ସାଲେପୁରକୁ ଏନଏସି ମାନ୍ୟତାକୁ ନେଇ ସାଲେପୁର ମଧୁମଣ୍ଡପରେ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ  ବହୁ ବିଜେପି କର୍ମୀ ସାଲେପୁର ବଜାର ପରିକ୍ରମା କରିଥିଲେ । ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରିବା ପାଇଁ ଯେଉଁ ନୀତିନିୟମକୁ ପାଳନ କରିବାକୁ ପଡ଼େ ସେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ବହୁତ ଜଲଦି ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe