କନକ ବ୍ୟୁରୋ: ଅଗଷ୍ଟ ୩୧ରେ ସରକାର ଘୋଷଣା କରିବେ ନୂଆ ଏନଏସି ଓ ମ୍ୟୁନିସିପାଲଟି । ବିକଶିତ ଓଡିଶା ୨୦୩୬ ମଞ୍ଚରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ଘୋଷଣା । କହିଲେ ରାଜ୍ୟରେ, ସହରୀକରଣକୁ ପ୍ରତ୍ସୋହନ ଦିଆଯିବ । ଏବେ ମାତ୍ର ୧୭ପ୍ରତିଶତ ସହରୀକରଣ ସୀମିତ ରହିଥିବାବେଳେ ଏହାକୁ ୪୦ପ୍ରତିଶତକୁ ବୃଦ୍ଧି କରାଯିବ ।
ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରିବାରେ ପ୍ରତାରଣା ହୋଇଛି । ସାଲେପୁର ବାସୀଙ୍କୁ ପ୍ରତାରଣା କରିଛନ୍ତି ପୂର୍ବ ସରକାର। ବହୁତ ଜଲଦି ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସାଲେପୁର ବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ସାଲେପୁର ବିଜେପି ପକ୍ଷରୁ ସାଲେପୁରକୁ ଏନଏସି ମାନ୍ୟତାକୁ ନେଇ ସାଲେପୁର ମଧୁମଣ୍ଡପରେ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁ ବିଜେପି କର୍ମୀ ସାଲେପୁର ବଜାର ପରିକ୍ରମା କରିଥିଲେ । ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରିବା ପାଇଁ ଯେଉଁ ନୀତିନିୟମକୁ ପାଳନ କରିବାକୁ ପଡ଼େ ସେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ବହୁତ ଜଲଦି ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/08/29/08-new-nac-2025-08-29-16-22-54.jpg)