କନକ ବ୍ୟୁରୋ: ତିନି ବର୍ଷରେ ରାଜ୍ୟ ସରକାରଙ୍କ ବିଜ୍ଞାପନ ଖର୍ଚ୍ଚ ୩ ଶହ କୋଟି ପାର୍ । ଏ କଥାଟି ଆପଣଙ୍କୁ ଆଶ୍ଚର୍ୟ୍ୟ କରିପାରେ, ହେଲେ କଥାଟି କିନ୍ତୁ ପୂରାପୂରି ସତ । ଗତ ୩ଟି ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ରାଜ୍ୟ ସରକାର ୩୮୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଏନେଇ ଉତ୍ତର ରଖିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମିଳିଥିବା ସୂଚନା ମୁତାବକ, ୨୦୨୨-୨୩, ୨୦୨୩-୨୪ ଏବଂ ୨୦୨୪-୨୫ରେ ଟିଭି ଏବଂ ନ୍ୟୁଜ୍ ପେପରକୁ ବିଜ୍ଞାପନ ଦେବା ବାବଦରେ ସରକାର ୩୮୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହାର ବର୍ଷଓ୍ୱାରି ତଥ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଜାରି କରିଛନ୍ତି । ରିପୋର୍ଟ ମୁତାବକ, ଗତ ୩ଟି ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏ ବାବଦରେ ମୋଟ ୩୮୯ କୋଟି ୯୫ ଲକ୍ଷ ୧୨ ହଜାର ୬୫୦ ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହା ଭିତରୁ କେବଳ ଗତ ବର୍ଷ ୧୦୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ଏହା ପୂର୍ବରୁ ୨୦୨୨-୨୩ରେ ରାଜ୍ୟ ସରକାର ୮୬ କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିଲେ । ୨୦୨୩-୨୪ରେ ରାଜ୍ୟ ସରକାର ୧୮୬ କୋଟି ଟଙ୍କା ଟିଭି ଏବଂ ପେପରରେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିଲେ । ଏହାପରେ ୨୦୨୪-୨୫ରେ ସରକାର ୧୦୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହିପରି ଭାବରେ ସରକାର ଗତ ତିନି ବର୍ଷରେ ମୋଟ ୩୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/18/mohan-2025-09-18-13-12-48.jpg)