କନକ ବ୍ୟୁରୋ : ବିକଶିତ ଓଡ଼ିଶା- ୨୦୩୬ ପାଇଁ କିଛି ଏଭଳି ଖସଡ଼ା ପ୍ରସ୍ତୁତ କରିଛନ୍ତି ସରକାର । କଟକ ଭୁବନେଶ୍ୱର ଟ୍ୱିନ ସିଟିରେ ତିଆରି ହେବ ନୂଆ ଆଇଟି ପାର୍କ । ୧୦୦୦ ହେକ୍ଟର ଜମିରେ ତିଆରି ହେବ ଏହି ନୂଆ ଆଇଟି ପାର୍କ ।ଜ୍ଝପୁରୀରୁ ସିଙ୍ଗାପୁର ଯିବ ଇଲେକ୍ଟ୍ରିସିଟି । ସମୁଦ୍ର ଦେଇ ଓଡିଶାର ଶକ୍ତି ସିଙ୍ଗାପୁରରେ ପହଂଚିବ । ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶକ୍ତି ସଚିବ ଵିଶାଲ ଦେବ । ଶିଳ୍ପ ପାଇଁ ରାଜ୍ୟରେ ତିଆରି ହେବ ପ୍ଲଗ ଆଣ୍ଡ ପ୍ଲେ ସୁବିଧା ଥିବା ୫୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ୍ ଏରିଆ । ସେହିପରି ଆସନ୍ତା ୫ ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ହେବ ବ୍ୟାପକ ପରିବର୍ତନ ଏବଂ ଜଳ ସେଚନ କ୍ଷେତ୍ରରେ ୧୫ ଲକ୍ଷ ହେକ୍ଟର ବଢାଇବାକୁ ଯୋଜନା ରଖାଯାଇଛି ବୋଲି କହିଛନ୍ତି ଉନ୍ନୟନ କମିସନର ଅନୁ ଗର୍ଗ ।
ବିକଶିତ ଓଡ଼ିଶାରେ ୨୦୩୬ ସୁଦ୍ଧା ରାଜ୍ୟ ଅର୍ଥନୀତି ୦.୫ ଟ୍ରିଲିଅନ ଡଲାରରେ ପହଞ୍ଚିବ । ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତି ୧.୫ ଟ୍ରିଲିଅନରେ ପହଁଚିବ । ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ କରିଡ଼ର । ଦୁଇ ସହର ମଧ୍ୟରେ ଯାତାୟାତ ପାଇଁ ୮ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ପ୍ରକଳ୍ପ ସରିବା ପରେ ମାତ୍ର ସାଢ଼େ ୩ ଘଣ୍ଟା ଲାଗିବ । ରାଜ୍ୟର ୫ ବଡ଼ ସହର ସମେତ ୧୧ ସହରରେ ରିଙ୍ଗ ରୋଡ ନିର୍ମାଣ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଆଇସିସି ପକ୍ଷରୁ " ବିକଶିତ ଓଡିଶା ୨୦୩୬ ପରିକଳ୍ପନା " ବିଷୟ ବସ୍ତୁ ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।